Indus Valley Times

ଗଜପତି: ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଜିଲ୍ଲାର କାର୍ଯ୍ୟରତ ଅମଲା ମାନଙ୍କ କଳାବ୍ୟାଚ ପରିଧାନ

 Breaking News

ଗଜପତି: ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଜିଲ୍ଲାର କାର୍ଯ୍ୟରତ ଅମଲା ମାନଙ୍କ କଳାବ୍ୟାଚ ପରିଧାନ

ଗଜପତି: ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଜିଲ୍ଲାର କାର୍ଯ୍ୟରତ ଅମଲା ମାନଙ୍କ କଳାବ୍ୟାଚ ପରିଧାନ
May 23
22:32 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୫: ଗଜପତି ଜିଲ୍ଲାସ୍ତରୀୟ କାର୍ଯ୍ୟରତ ଅମଲା ମାନଙ୍କ ରହିଥିବା ନ୍ୟାଯ୍ୟ ଦାବୀ ପୂରଣ ଦିଗରେ ରାଜ୍ୟ ସରକାର , ବୈମାତୃକ ମନୋଭାବ ପୋଷଣ କରି ଆସୁଥିବା ପ୍ରତିବାଦରେ ଜିଲ୍ଲାର ଅମଲା ମାନେ କଳାବ୍ୟାଚ ପରିଧାନ କରି ଅଫିସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।
ଜିଲ୍ଲା ସ୍ତରୀୟ ଅମଲା ସଂଘର ନିଷ୍ପତ୍ତି ଅନୁଯାୟୀ ତା ୨୨.୦୫.୨୦୨୩ ରିଖ ଦିନ ଗଜପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅମଲା ମାନେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରୁଛନ୍ତି ।
ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ
ମନୋଭାବ ପୋଷଣ କରୁଥିବା ଅମଲା ମାନଙ୍କ ପକ୍ଷରୁ ଅଭିଯୋଗରେ କୁହାଯାଇଛି । ଏହିଭଳି କଳାବ୍ୟାଚ ପରିଧାନ କରି ପ୍ରତିବାଦ ସ୍ୱରୂପ ଆସନ୍ତା ୩୧.୦୫.୨୦୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅମଲା ମାନେ କଳା ବ୍ୟାଜ ପରିଧାନ କରି ଅଫିସ କାର୍ଯ୍ୟ କରିବେ । ଯଦି ସରକାର ଅମଲା ମାନଙ୍କର ଏକ ମାତ୍ର ଦାବି ଗ୍ରେଡ ପେ\’ ଟ ୪୨୦୦ ଧାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ନାହିଁ , ତେବେ ଆସନ୍ତା ଜୁନ୍ ମାସ ପହିଲାରୁ ଜିଲ୍ଲାର ସମସ୍ତ ଅମଲା ସମୂହ ଛୁଟିରେ ଯିବା ପାଇଁ ପ୍ରସ୍ତୁତି ଥିବା ଅଭିଯୋଗରେ କୁହାଯାଇଛି ।
ପ୍ରକାଶ ଥାଉ କି , ଗଜପତି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତମାସ ୨୧ ତାରିଖରେ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା ।
ଏହି ସ୍ମାରକପତ୍ରର ମୂଳ ଉଦ୍ଦେଶ୍ୟ ରହିଥିଲା ଯେ , ଅମଲା ମାନଙ୍କର ଦରମା ଟ: ୧୯୦୦/-ଗ୍ରେଡ ପେ ବଦଳରେ ଟ: ୪୨୦୦/- ଗ୍ରେଡ଼ ପେ ସ୍ଥିର କରାଯାଉ ।
ଏହି ନ୍ୟାଯ୍ୟ ଦାବିକୁ ନେଇ ଗତ ୦୧.୦୫.୨୦୨୩ ରିଖରେ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ , ଭୁବନେଶ୍ୱର ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଏକ ଚରମ ପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ଦିଆଯିବା ପରେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଏଥିପ୍ରତି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନ ଥିବା ଯୋଗୁଁ ଗତ ୨୨.୦୫.୨୦୨୩ ତାରିଖରୁ ସଂଘର ସମସ୍ତ ସଦସ୍ୟ କଳା ବ୍ୟାଜ ପରିଧାନ କରି କାର୍ଯ୍ୟର କରିବା ଦେଖିବାକୁ ମିଳିଛି ।
ତେଣୁ ଆଗାମୀ ଦିନରେ ଯଦି ଅମଲା ମାନେ ସମୂହ ଛୁଟିରେ ଯିବେ ତେବେ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଠପ୍ ହେଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031