Indus Valley Times

ଗଜପତି : ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
July 05
21:08 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୭: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ନାମନଗଡ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦ୍ବୟ ଶ୍ରୀ ଭେଙ୍କେଟେଶ୍ୱର ସାହୁକାର ଓ ଶ୍ରୀ ସୁରେଶ ଚନ୍ଦ୍ର ମହାଙ୍କୁଡଙ୍କୁ ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ହରିହର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ଭର୍ଦ୍ଧନା ସଭା ପର୍ବର କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାବାଜୀ ପ୍ରଧାନ , ଶ୍ରୀ ମଦନ ମୋହନ କଁଅର , ଅବସର ପ୍ରାପ୍ତ ଅତିରିକ୍ତ ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କ୍ରିଷ୍ଣା ରାଓ , ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ ୱାଈ.ଗଙ୍ଗାଧର , ଗୁମ୍ମା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ବରିଷ୍ଠ କାର୍ଯ୍ୟ ସହଯୋଗୀ (ବଡ଼ବାବୁ )ଶ୍ରୀ ମୁରଲୀଧର ବେହେରା , ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ ଶ୍ରୀ ଯାକୁବ ଜେନ୍ନା , ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ଓ ସଭା ମଞ୍ଚରେ ଅତିଥି ମାନଙ୍କୁ ଆସନ ରେ ଅଳଙ୍କୃତ କରା ଯାଇଥିଲା ।
ପ୍ରାରମ୍ବିକ ସଂଗୀତ ପରେ ମଞ୍ଚାସିନ ଅତିଥି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିକ୍ଷକ ଦ୍ବୟଙ୍କ କର୍ମମୟ ଜୀବନ ଏବଂ ଅବସର ଉପରେ ସେମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ ।
ଅବସର ପ୍ରାପ୍ତ ଶିକ୍ଷକ ଦ୍ବୟଙ୍କୁ ଉପଢୌକନ , ମାନପତ୍ର , ପୁଷ୍ପଗୁଛ ଓ ଉପହାର ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ସେମାନଙ୍କ ଅବଶିଷ୍ଟ ଚଲାପଥ ସର୍ବଦା କୁସୁମିତ ଓ ସୁଖମୟ ହେଉ ବୋଲି କାମନା କରି ଉପସ୍ଥିତ ଅତିଥି ମାନେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ପ୍ରଧାନଶିକ୍ଷକ ଶ୍ରୀ ହରିହର ଦାଶ ଉକ୍ତ ବିଦାୟ କାଳୀନ ସମ୍ଭର୍ଦ୍ଧନା ପର୍ବକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031