Indus Valley Times

ରାସ୍ତା ଉପରେ ପୂଜା ପେଣ୍ଡାଲ ଓ ତୋରଣ ନିର୍ମାଣ ନ କରିବାକୁ ତାଗିଦ କଲେ ହାଇକୋର୍ଟ

 Breaking News

ରାସ୍ତା ଉପରେ ପୂଜା ପେଣ୍ଡାଲ ଓ ତୋରଣ ନିର୍ମାଣ ନ କରିବାକୁ ତାଗିଦ କଲେ ହାଇକୋର୍ଟ

September 26
17:39 2024

କଟକ , ୨୬/୯ : ଆସୁଛି ପାର୍ବଣ ଋତୁ। ଜମିବ ପୂଜା। ହେଲେ ଏହି ପାର୍ବଣ ଋତୁରେ ଲାଗିଛି ବଡ଼ ଝଟ୍‌କା। କାରଣ ଦଶହରା ଉତ୍ସବକୁ ନେଇ ଆଜି ହାଇକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କଟକ ସହରର ରାସ୍ତାଘାଟ ଅବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୫ ତାରିଖ ସୁଦ୍ଧା ରାସ୍ତା ମରାମତି ସାରିବାକୁ ପୂର୍ତ୍ତ ସଚିବ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ପାର୍ବଣ ଋତୁରେ ଜମିଥାଏ କଟକ। ଛକ ଛକରେ ଆକର୍ଷଣୀୟ ମେଢ଼ ସାଙ୍ଗକୁ ଝିଲ୍‌ମିଲ୍ ଆଲୁଅରେ ଝଲସିଥାଏ କଟକର ରାସ୍ତାଘାଟ। ଲୋକାରଣ୍ୟ ହୋଇଥାଏ ଏହି ପୁରୁଣା ମହାନଗରୀ। ହେଲେ ବର୍ତ୍ତମାନ ପରିସ୍ଥିତିରେ କଟକର ରାସ୍ତକୁ ଦେଖିଲେ ଭାରି ଦୁଃଖ ଲାଗୁଛି। କାରଣ ରାସ୍ତା ପାଲଟିଛି ମରଣ ଯନ୍ତା। ରାସ୍ତା ମଝିରେ ବଡ଼ବଡ଼ ଖାଲସୃଷ୍ଟି ହୋଇଛି। ଏଥିସହ ରାସ୍ତା ପାର୍ଶ୍ୱରେ ଦିନ ଦିନ ଜମି ରହୁଛି ବର୍ଷା ପାଣି। ପାଣି ନିଷ୍କାସନ ହୋଇପାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31