Indus Valley Times

ଗଜପତି: ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ କଏନ ମୁଦ୍ରା ମେଳା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ କଏନ ମୁଦ୍ରା ମେଳା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

March 18
20:49 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୩ : ପାରାଳାଖେମୁଣ୍ଡି ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟଶାଖା ପରିସରରେ ଶୁକ୍ରବାର ବ୍ୟାଙ୍କର ଚଳନ୍ତି ମୁଦ୍ରା ବିଭାଗ ଆନୁକୂଲ୍ୟରେ ରିଜର୍ଭ ବ୍ୟାଙ୍କର ଅଧିକାରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଏକ କଏନ ମୁଦ୍ରା ମେଳା ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ଜେନେରାଲ ମ୍ୟାନେଜର ଶ୍ରୀ କେଶବ କର୍କରା ମୁଖ୍ୟତିଥି ଭାବେ ଯୋଗଦେଇ ଆରବିଆଇ: ଦ୍ୱାରା ପ୍ରଚଳିତ ମୁଦ୍ରାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଆରବିଆଇ ଜେନେରାଲ ମ୍ୟାନେଜର ଶ୍ରୀ କର୍କରା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମୁଖ୍ୟତଃ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ୫୦ ପଇସା ଠାରୁ ଆରମ୍ଭ କରି ଟଙ୍କାକିଆ , ଦୁଇ ଟଙ୍କିଆ , ପାଞ୍ଚ ଟଙ୍କିଆ , ଦଶ ଓ କୋଡିଏ ଟଙ୍କିଆ କଏନ ଯେଉଁ ରହିଛି ଏବଂ ତାହା ଲୋକଙ୍କ ଦୈନନ୍ଦିନ କାରବାରର ଆବଶ୍ୟକତା ପୂରଣ ଦିଗରେ ରହିଛି , ସେ ସବୁର ସରକାରୀ ବୈଧତା ରହିଛି ।
କିନ୍ତୁ ଏସବୁ କଏନ ମୁଦ୍ରା ମଧ୍ୟରୁ ଦଶ ଟଙ୍କିଆ ଓ ଟଙ୍କାକିଆ କଏନ ମୁଦ୍ରା ଗୁଡିକ ଦିଗରେ ଲୋକମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭ୍ରମ ଓ ସନ୍ଦେହ ଜାତ ହେବା ସହ ମିଥ୍ୟା ଗୁଜବର ଅପପ୍ରଚାର ହୋଇଛି ଯେ , ଏହି ଦୁଇ ପ୍ରକାର କଏନ ମୁଦ୍ରା ଯଥା:- ଟଙ୍କାକିଆ ଓ ଦଶ ଟଙ୍କିଆ କଏନ ଆଉ ଚଳୁନି କି ବ୍ୟବସାୟୀ ଓ ଦୋକାନୀ କି ଲୋକେ କେହି ନେଉନାହାନ୍ତି `।
ତେଣୁ ଏ ଦିଗରେ ମୁଁ ଆରବିଆଇ ପକ୍ଷରୁ କହି ରଖୁଛି ଯେ , ସମସ୍ତ କଏନ ମୁଦ୍ରାର ବୈଧତା ଅଛି କ୍ଷ କୋଣସି ଗୁଜବର ବଶବର୍ତ୍ତୀ ନ ହୋଇ ବିନା ଦ୍ଵିଧାରେ ଲୋକେ ଓ ବ୍ୟବସାୟୀ ମାନେ ସେହି କଏନ ମୁଦ୍ରାକୁ ଗ୍ରହଣ କରନ୍ତୁ କ୍ଷ ଅନ୍ୟପକ୍ଷରେ ସମସ୍ତ ବ୍ୟାଙ୍କ ମାନଙ୍କୁ ମଧ୍ୟ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ , ଏସବୁ କଏନ ମୁଦ୍ରା ବ୍ୟାଙ୍କକୁ ଆସିଲେ ତାହା ଗ୍ରହଣ କରିବା ପାଇଁ ।
ଏହି କଏନ ମୁଦ୍ରାର ପ୍ରଚଳନ ଓ ସରକାରୀ ବୈଧତା ଉପରେ ଲୋକମାନଙ୍କୁ ଅବଗତ ଓ ସଚେତନ କରାଇବା ପାଇଁ ଆଜି ଏହି ମେଳା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଏହି କଏନ ମେଳା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଏଜିଏମ: ଶ୍ରୀ ଆଲୋକ ରଞ୍ଜନ ରଣାରାହୁ ,
ଷ୍ଟେଟବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଶ୍ରୀ ଶଶାଙ୍କ ଶେଖର ନାୟକ , ପାରାଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଅଶୋକ କୁମାର ପଲ ଏବଂ ରାୟଗଡା ସ୍ଥିତ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ମଞ୍ଚଆସୀନ ଅତିଥି ଭାବେ ଯୋଗଦେଇ କଏନ ମୁଦ୍ରା ପ୍ରଚଳନ ଓ ତାର ବୈଧତାର ବିଭିନ୍ନ ଦିଗ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ବ୍ୟାଙ୍କ ଗ୍ରାହକ ମାନଙ୍କୁ ନେଇ ବ୍ୟାଙ୍କ ସମ୍ଭନ୍ଧୀୟ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ବ୍ୟାଙ୍କ ପରିସରରେ କଏନ ମୁଦ୍ରା ବିନିମୟ-ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ୫୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ନୋଟ ବିନିମୟରେ କଏନ ମୁଦ୍ରା ବଣ୍ଟନ ହୋଇଥିଲା କ୍ଷ ଏହାକୁ ମ୍ୟାନେଜର ଶ୍ରୀ ଗଣେଶ ଚନ୍ଦ୍ର ବେହେରା ଏବଂ ବ୍ୟାଙ୍କ ସହାୟକ ଶ୍ରୀ ମାନସ ରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ , ବ୍ୟାଙ୍କ ଗ୍ରାହକ , ଦୋକାନୀ ଓ ବ୍ୟବସାୟୀ ଏବଂ ବ୍ୟାଙ୍କ କର୍ମଚାରି ଓ ଅଧିକାରୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031