Indus Valley Times

ଗଜପତି: ସାମ୍ବାଦିକଙ୍କ ମାତୃ ବିୟୋଗ , ବିଭିନ୍ନ ମହଲରେ ଶୋକ

 Breaking News

ଗଜପତି: ସାମ୍ବାଦିକଙ୍କ ମାତୃ ବିୟୋଗ , ବିଭିନ୍ନ ମହଲରେ ଶୋକ

ଗଜପତି: ସାମ୍ବାଦିକଙ୍କ ମାତୃ ବିୟୋଗ , ବିଭିନ୍ନ ମହଲରେ ଶୋକ
June 14
13:12 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୬: ପାରଳାଖେମୁଣ୍ଡି ସ୍ଥିତ ଶାସକ ପ୍ରଶାସକ ଖବର କାଗଜର ଜିଲ୍ଲା ସାମ୍ବାଦିକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀଙ୍କ ମାଆ ଶାନ୍ତିଲତା ପାଣିଗ୍ରାହୀଙ୍କ ୭୦ ବର୍ଷ ବୟସରେ ବିୟୋଗ ହୋଇଛି ।
ଗତ ସୋମବାର ଦିନ ମଧ୍ୟାହ୍ନ ସମୟରେ ତାଙ୍କର ହଠାତ୍ ଛାତି ଯନ୍ତ୍ରଣା ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ ରାଘୁବୁଲୁ ହସପିଟାଲରେ ଭର୍ତ୍ତି କରା ଯାଇଥିଲା ।ଚିକିତ୍ସାଧୀନ ଅବସ୍ଥାରେ ମାତା ଶାନ୍ତିଲତାଙ୍କ ବିୟୋଗ ହୋଇଥିଲା ।
ପରେ ତାଙ୍କ ମର ଶରୀରକୁ ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ନିଜ ବାସଭବନକୁ ଅଣା ଯାଇଥିଲା । ମାତା ସ୍ୱର୍ଗତା ଶାନ୍ତିଲତା ଜଣେ ଧର୍ମ ପରାୟଣ ଓ ମେଳାପି ମହିଳା ଥିଲେ ।
ମୃତ୍ୟୁ ସମୟ ବେଳେ ତାଙ୍କ ପାଖରେ ଏକମାତ୍ର ପୁତ୍ର ବାଳକୃଷ୍ଣଙ୍କ ସମେତ ଦୁଇ ଝିଅ ସ୍ନେହଲତା ଓ ସ୍ଵର୍ଣ୍ଣଲତା , ସାନଜୁଇଁ ଯୁଧିଷ୍ଟିର ଏବଂ ଦୁଇ ନାତୁଣୀ ଖୁସି ଓ ପୁନମ ପ୍ରମୁଖ ଉପସ୍ଥିତ ଥିଲେ ।
ମାତା ସ୍ୱର୍ଗତା ଶାନ୍ତିଲତାଙ୍କ ମର ଶରୀରକୁ ଶୋକାକୁଳ ପରିବେଶ ମଧ୍ୟରେ ନିଜ ବାସଭବନ\’ରୁ ମୁକ୍ତି ରଥ ଯୋଗେ ଶତାଧିକ ଲୋକଙ୍କ ସଙ୍ଗରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା କିମେଡି ବ୍ରିଜ ନିକଟକୁ ନିଆଯାଇ ସେଠାରେ ଥିବା ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରା ଯାଇଥିଲା ।
ସାମ୍ବାଦିକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ ମାତାଙ୍କ ମୃତ୍ୟୁରେ ଜିଲ୍ଲା ଏସୟୁଜେ: ର ସଭାପତି ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ ଓ ସଂପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡାଙ୍କ ସମେତ ବରିଷ୍ଠ ସାମ୍ବାଦିକ ଶ୍ରୀ କୃଷ୍ଣ କୁମାର ବେହେରା , ଶ୍ରୀ ରଶ୍ମି ରଞ୍ଜନ ମିଶ୍ର(ପପ୍ପୁ) , ଶ୍ରୀ ଗଣେଶ କୁମାର ରାଜୁ , ଶ୍ରୀ ଆଲୋକ ବୋଷ , ଶ୍ରୀ ଶିଶିର ଗୌଡ଼ , ଶ୍ରୀ ବିବେକା ନନ୍ଦ ବେହେରା , ଶ୍ରୀ ବୀର ପଟନାୟକ , ଶ୍ରୀ ବାଦଲ ବର୍ଦ୍ଧନ , ଶ୍ରୀ ଆମୋଦ ବର୍ଦ୍ଧନ , ଶ୍ରୀ ଈଶ୍ୱର ବିଶୋଇ ଶ୍ରୀ ରାଜେଶ ପଟନାୟକ , ବାପି ପଣ୍ଡା , ପ୍ରେମା ପଣ୍ଡା ଏବଂ ବହୁ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ସାମ୍ବାଦିକ ମାନେ ନିଜର ଶୋକ ବ୍ୟକ୍ତରେ ଅମର ଆତ୍ମା ପ୍ରତି ସଦଗତି କାମନା କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031