Indus Valley Times

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ୍ ଦିବସ, ୨୦୨୫ ସମାରୋହ

 Breaking News

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ୍ ଦିବସ, ୨୦୨୫ ସମାରୋହ

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ୍ ଦିବସ, ୨୦୨୫ ସମାରୋହ
April 25
11:12 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୫/୪ : ଜାତୀୟ ପଞ୍ଚାୟତିରାଜ ଦିବସ, ୨୦୨୫ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ପୁରୀଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣ
କରାଯାଇଥିବା ବେଳେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ୍ ଦିବସ ସମାରୋହ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କର ମାନ୍ୟବର ମନ୍ତ୍ରୀ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ
ଉଦ୍‌ଘାଟନ କରିଥିଲେ ।
ଏଥିରେ ମାନ୍ୟବର ସାଂସଦ କନ୍ଧମାଳ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ଵାଇଁ,ସମ୍ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ
ପଟ୍ଟନାୟକ, ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଗ୍ରୱାଲ,ସମ୍ମାନନୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନଜିତ୍ ରାଉତ ପ୍ରମୁଖ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ ପରେ ଅତିଥିମାନଙ୍କୁ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହା ପରେ ପରେ ଜମ୍ମୁ କାଶ୍ମିରର
ପହେଲଗାଁ ଠାରେ ଘଟିଥିବା ହତ୍ୟା ଘଟଣା ପାଇଁ ସମୂହ ନିରବ ପ୍ରାର୍ଥନା କରାଯାଇଥିଲା । ଘଟଣାଏହି କାର‌୍ୟ୍ୟକ୍ରମରେ ଇ.କେ.ୱାଈ.ସି. କାର୍ଡ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧ୍ୟାକାରୀଙ୍କୁ ନୂତନ ରେସନ କାର୍ଡର ବଣ୍ଟନ
କରାଯିବା ଏବଂ ପଞ୍ଚାୟତସ୍ତରରେ ସରକାରଙ୍କର ବିଭିନ୍ନ ଯୋଜନା ଯଥା-ଲକ୍ଷପତି ଦିଦି, ସ୍ଵଳ୍ପ ପରିବେଶ ଇତ୍ୟାଦିରେ ଉଲ୍ଲେଖନୀୟ କାର୍ଯ୍ୟକରି ଗ୍ରାମ ପଞ୍ଚାୟତମାନଙ୍କୁ ପୁରସ୍କୃତ କରାଯାଇଛି । ପ୍ରାରମ୍ଭରେ ମାନ୍ୟବର ମନ୍ତ୍ରୀ ତାଙ୍କ ଅଭିଭାଷଣ ଦେଇ କହିଲେ, କ୍ଷମତାକୁ ବିକେନ୍ଦ୍ରୀକରଣ,ଗ୍ରାମର ବିକାଶ ହେଲେ ଓଡ଼ିଶାର ବିକାଶ ସମ୍ଭବ, ଜୀବନଶୈଳୀରେ ଉନ୍ନତି ପାଇଁ ପଞ୍ଚାୟତକୁ ପ୍ରାଧାନ୍ୟ ଦେବା ପାଇଁ ସେ କହିଥିଲେ । ଭାରତର ଆତ୍ମା
ଗାଁରେ ଅଛି । ତେଣୁ ମହିଳାମାନଙ୍କୁ ଆତ୍ମନିର୍ଭର ଏବଂ ଲୋକାଭିମୁଖୀ କରିବାକୁ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହା ପରେ ପରେ ମାନ୍ୟବର ସାଂସଦ ଅଭିଭାଷଣରେ କହିଲେ, ପ୍ରତ୍ୟେକ ଯୋଜନା ସେତେବେଳେ ସଫଳ ହେବ ଯେତେବେଳେ ଆମେ ଚାହିଁବା । ଆମମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ଆମକୁ ଆତ୍ମ ସମୀକ୍ଷା
କରିବାକୁ ପଡ଼ିବ ।
ମାନ୍ୟବର ବିଧାୟକ ଖଣ୍ଡପଡ଼ା ରେସନକାର୍ଡ କିପରି ସମସ୍ତଙ୍କ ପାଖରେ ସଠିକ୍ ଭାବରେ ପହଂଚିପାରିବ ତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଲେ,
ପଞ୍ଚାୟତିରାଜ୍ ଦିବସର ଉଦ୍ଦେଶ୍ୟ ହେଉଛି ପଞ୍ଚାୟତସ୍ତରରେ ଉନ୍ନତି କରିବା । ଜିଲ୍ଲାରେ ଭଲ କାମ କରିଥିବା ଯୋଗ୍ୟ ବିବେଚିତ ପଞ୍ଚାୟତମାନଙ୍କୁ ପୁରସ୍କୃତ କରାଯିବା ଦରକାର ।
ସେହିପରି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଲ ଯେ, ଜିଲ୍ଲାରେ ୩୦ପ୍ରତିଶତ ଧାନକିଣାରେ ବୃଦ୍ଧି ହୋଇଛି ଏବଂ ୫୨ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କ ଠାରୁ ଧାନ କିଣା ହୋଇଛି । ନୂଆ ରେସନକାର୍ଡ ପାଇବା ପାଇଁ ୩୧୭ପରିବାର ତାଲିକାଭୁକ୍ତ ହୋଇଛନ୍ତି ଏବଂ ୮୧୬୧ ନୂଆ ରେସନକାର୍ଡ କିଛି ଦିନ ମଧ୍ୟରେ ଦିଆଯିବ । ଆଜି ଦିବସ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ବ୍ଳକରେ ୨୩୧ଟି ରେସନ୍
କାର୍ଡ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଂଚ ପରିଚାଳନା କରିଥିଲେ ଶ୍ରୀ ରାମକୃଷ୍ଣ ରଥ, ବରିଷ୍ଠ ସାମ୍ବାଦିକ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31