Indus Valley Times

ଗଜପତି: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌: ୟୁନିଟ୍ ପକ୍ଷରୁ ମହେନ୍ଦ୍ରଗିରିରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌: ୟୁନିଟ୍ ପକ୍ଷରୁ ମହେନ୍ଦ୍ରଗିରିରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌: ୟୁନିଟ୍ ପକ୍ଷରୁ ମହେନ୍ଦ୍ରଗିରିରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
January 09
18:10 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୧ : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଆର: ଶିତାପୁରର ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ୟୁନିଟ୍ ପକ୍ଷରୁ ଆଜି ଜିଲ୍ଲାର ଆଧ୍ୟାତ୍ମିକ ପର୍ଯ୍ୟଟନ ତୀର୍ଥ କ୍ଷେତ୍ର ପୁରାଣ ପ୍ରସିଦ୍ଧ ଶୈବପୀଠ ପବିତ୍ର ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ଏକ ସଫେଇ ଅଭିଯାନ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ମହେନ୍ଦ୍ରଗିରି ପାଦ ଦେଶରେ ଥିବା ବୁରଖତ ଛକ ଓ ଗ୍ରାମ ସମେତ , ମହେନ୍ଦ୍ରଗିରି ଶିଖରରେ ଥିବା ଇକୋ ରିସୋର୍ଟ ଏବଂ କୁନ୍ତୀ ମନ୍ଦିର ସମୀପସ୍ଥ ହିଲ୍ ଷ୍ଟେସନ୍ ଅଞ୍ଚଳରେ ଏହି ସଫେଇ କାର୍ଯ୍ୟକ୍ରମ ପରିଚାଳିତ ହୋଇ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସଚେତନତା\’ର ସନ୍ଦେଶ ପ୍ରସାରିତ କରା ଯାଇଥିଲା ।
ଏହି ସ୍ବଚ୍ଛତା ଅଭିଯାନରେ ବନପାଳ ଶ୍ରୀ ସିବରାମ ସାବତ , ବନରକ୍ଷୀ କବିତା ରାଣୀ ଦେବୀ ଓ ବନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସତ୍ୟ ସ୍ୱରାଜ ମହାନ୍ତି , ରଙ୍କମଣି ବରିହା ଓ କୈଳାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ଇକୋ ଡେଭଲପମେଣ୍ଟ କମିଟି\’ର ଅଧ୍ୟକ୍ଷ ଶ୍ରୀ ସନ୍ୟାସୀ ଭୂୟାଁ , କୋଷାଧ୍ୟକ୍ଷ ଭାସ୍କର ମଣ୍ଡଳ , ପୁତ୍ତର୍ ଗ୍ରାମର ସରପଞ୍ଚ ଅମ୍ବିକା ନାୟକ , ଏଙ୍ଗରସିଂ ଗ୍ରାମର ସରପଞ୍ଚ କୁମାରୀ କାର୍ଜୀ ଏବଂ ବୁରଖତ ଗ୍ରାମର ଗ୍ରାମବାସୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଏହି ସଫେଇ ଅଭିଯାନ କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଏସ୍‌: କାର୍ଯ୍ୟକ୍ରମ ଅଧିକାରୀ ଡଃ ବିଷ୍ଣୁ ପ୍ରସାଦ ଦାଶ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ ତାଙ୍କର ତତ୍ୱାବଧାନରେ ୨୨ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ସଫେଇ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ।
ପୁରାଣ ପ୍ରସିଦ୍ଧ ଏହି ଶୈବପୀଠ ମହେନ୍ଦ୍ରଗିରି ପର୍ବତ ଏକ ଗୁରୁତ୍ୱପୂର୍ଣ୍ଣ ଜୈବ-ବିବିଧତା ଓ ଇକୋ-ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ଯୋଗୁଁ ଏଠାରେ ସ୍ୱଚ୍ଛତା ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ।
ପର୍ଯ୍ୟଟକ ମାନଙ୍କ ଦ୍ୱାରା ସୃଷ୍ଟ ପ୍ଲାଷ୍ଟିକ ଓ ଅବର୍ଜନା ପ୍ରଦୂଷଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ସନ୍ତୁଳନକୁ ଭାରି ମାତ୍ରାରେ କ୍ଷତି ପହଞ୍ଚାଇଥାଏ ।
ଏହିପରି ସଫେଇ ଅଭିଯାନ କାର୍ଯ୍ୟକ୍ରମ ଇକୋ-ଟୁରିଜମ୍‌କୁ ସୁସ୍ଥାୟୀ କରିବା ସହ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପରିବେଶ ଦାୟିତ୍ୱବୋଧ ସୃଷ୍ଟି କରିବାରେ ବେଶ ସହାୟକ ହୋଇଥାଏ ।
ଏହି ଅବସରରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବୃନ୍ଦ ବନବିଭାଗ ଅଧିକାରୀ ମାନଙ୍କ ସହ ମିଳିତ ଭାବେ ସ୍ଲୋଗାନ ଦେଇ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଏକ ସଚେତନତା ରାଲି କରିଥିଲେ , ଯାହା କି ମହେନ୍ଦ୍ରଗିରି ଅଞ୍ଚଳକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାର ଏକ ସନ୍ଦେଶ ଦେବାରେ ବିଶେଷ ସହାୟକ ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031