Indus Valley Times

ଗଜପତି: ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର

 Breaking News

ଗଜପତି: ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର

ଗଜପତି: ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର
March 20
21:38 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୩: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରଗ୍ରାମ ଠାରେ ଦେଶାଇ ଫାଉଣ୍ଡେସନ ସହାୟତାରେ ସ୍ବେଛାସେବୀ ଅନୁଷ୍ଟାନ ସିସିଡ଼ି: ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। ।
ସ୍ଥାନୀୟ ଗ୍ରାମର ମୁଖିୟା ଓ ଡାକ୍ତର ଶ୍ରୀମତୀ କେ: ବିଜୟା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ସ୍ୱାସ୍ଥ୍ୟ ଶିବିରରେ ଆସିଥିବା ଜନସାଧରଣଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରା ଯାଇଥିଲା ।
ଡାକ୍ତର ଶ୍ରୀମତୀ କେ: ବିଜୟା ଉପସ୍ଥିତ ରହି ଜନସାଧାରଣଙ୍କୁ ରୋଗ ଗୁଡିକ କିପରି ଶୀଘ୍ର ଚିହ୍ନଟ କରିବା ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ସହିତ ସରକାରଙ୍କ ମାଗଣା ଔଷଧ ବ୍ୟବହାର କରିବା , ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ଔଷଧ ବ୍ୟବହାର ନ କରିବା ଓ ଅନ୍ଧ ବିଶ୍ଵାସ ଠାରୁ ଦୂରେଇ ରହିବା ଇତ୍ୟାଦି ବିଷୟରେ ବୁଝାଇ ସଚେତନ କରାଇଥିଲେ ।
ଏହି ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ୨୦୮ ଜଣଙ୍କ ମାଗଣା ରକ୍ତଚାପ ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଦେଶାଇ ଫାଉଣ୍ଡସନର ମୋହନ ଭୂୟାଁ , ଜଗନ୍ନାଥ ଗମାଙ୍ଗ , ଉର୍ମିଲା ମଣ୍ଡଳ , ସାରବୁ କାର୍ଜି , ସୁନିତା ଓ ରୀତାଞ୍ଜଳି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଶିଶୁସୁରକ୍ଷା ଟିମ (ସିସିଡ଼ି) କର୍ମକର୍ତ୍ତା ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031