Indus Valley Times

ଗଜପତି: ୱାର୍ଡ ସଭ୍ୟସଭ୍ୟା ମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

 Breaking News

ଗଜପତି: ୱାର୍ଡ ସଭ୍ୟସଭ୍ୟା ମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

October 19
10:39 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୧୦: ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ଓଡିଶା ସରକାରଙ୍କ ସହାୟତାରେ ସିସିଡି , ଗଜପତି ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନି ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ସିସିଡି ତାଲିମ କେନ୍ଦ୍ର ଠାରେ ଉଦଘାଟିତ ହୋଇଯାଇଛି ।
ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗୁମ୍ମା ବ୍ଲକ୍ର ତରଙ୍ଗଡା , ଜିବା , ଝାମି ଏବଂ ନାମନଗଡ ପଞ୍ଚାୟତରୁ ୩୫ ଜଣ ୱାର୍ଡ ସଭ୍ୟସଭ୍ୟା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଥିଲେ ।
ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ଦୁଇଜଣ ତାଲିମଦାତା ଶ୍ରୀ ରବି ନାରାୟଣ ପାଇକରାୟ ଏବଂ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ମୁଖ୍ୟ ତାଲିମଦାତା ଭାବେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ତଥା ୱାର୍ଡ ସଭ୍ୟସଭ୍ୟା ମାନଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ଉପରେ ତାଲିମ ଦେଇଥିଲେ ।
ସରକାରଙ୍କ ତରଫରୁ ଶ୍ରୀ ଜି.ସୁନିଲବାବୁ , ଜିଲ୍ଲା ଜଳ ଓ ପରିମଳ ବିଭାଗ ଏବଂ ଶ୍ରୀ କାର୍ତ୍ତିକ ମହାପାତ୍ର , କୌଶଳ ବିକାଶ , ଜିଲ୍ଲା ପରିଷଦ , ଗଜପତିରୁ ତାଲମିଦାତା ଭାବେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।
ଏହି ତିନିଦିନିଆ କାର୍ଯ୍ୟକ୍ରମ ଆସନ୍ତା ୨୦/୧୦/୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ ଓ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଏବଂ ଉନ୍ନୟନ ମୁଳକ ଯୋଜନା ଉପରେ ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ତାଲିମ ଦିଆଯିବ ।
ତୃତୀୟ ଦିନରେ ତରଙ୍ଗଡା ପଞ୍ଚାୟତର ୩ ଟି ଗ୍ରାମ ପରିଦର୍ଶନ କରି ସେହି ପଞ୍ଚାୟତରେ କିପରି ବିଭିନ୍ନ ଉନ୍ନୟନ ପଦକ୍ଷେପ ନିଆଯାଇଛି ତାହା ଅନୁଧ୍ୟାନ କରି ନିଜ ନିଜ ଗ୍ରାମ ପଞ୍ଚାୟତରେ ଉନ୍ନୟନ ମୁଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ ।
ଏହି କାର୍ଯ୍ୟକ୍ରମକୁ ସିସିଡିର ସମସ୍ତ କର୍ମୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031