Indus Valley Times

ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ, ଝରଣା କୂଳରେ ବସିଥିବା ବେଳେ ମାଡିଆସିଲା ପାଣି

 Breaking News

ଜଳପ୍ରପାତରେ ବୁଡି ଦୁଇ ଡାକ୍ତରୀ ଛାତ୍ରୀ ମୃତ, ଝରଣା କୂଳରେ ବସିଥିବା ବେଳେ ମାଡିଆସିଲା ପାଣି

September 23
11:00 2024

ମାଲକାନଗିରି , ୨୩/୯: ଝରଣା ନିକଟରେ ବସି ଗପସପ କରୁଥିଲେ ଡାକ୍ତରୀ ଛାତ୍ରଛାତ୍ରୀ। ହଠାତ୍ ମାଡ଼ି ଆସିଲା ଝରଣା ପାଣି। ପାଣି ସୁଅରେ ଭାସିଗଲେ ୫ ଜଣ ଡାକ୍ତରୀ ଛାତ୍ରଛାତ୍ରୀ। ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ବହୁ ଖୋଜାଖୋଜି ପରେ ଅନ୍ୟ ୨ଜଣ ଛାତ୍ରୀଙ୍କର ମୃତଦେହ ମିଳିଥିଲା। ଏବେ ବି ଜଣେ ଡାକ୍ତରୀ ଛାତ୍ରୀ ନିଖୋଜ ଅଛନ୍ତି। ତାଙ୍କାର କୌଣସି ପତ୍ତା ମିଳିନାହିଁ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଥିବା ଜଳ ତରଙ୍ଗିନୀ ଝରଣା ନିକଟରେ ଏହି ଅଘଟଣ ଘଟିଛି।
ଗତକାଲି ସନ୍ଧ୍ୟାରେ ୧୩ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଝରଣା ନିକଟରେ ବସି ଗପସପ କରୁଥିଲେ। ଏହି ସମୟରେ ହଠାତ୍ ଝରଣା ପାଣି ମାଡ଼ି ଆସିଥିଲା। ୪ ଜଣ ଛାତ୍ରୀ ଓ ଜଣେ ଡାକ୍ତରୀ ଛାତ୍ର ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଜଣେ ଡାକ୍ତରୀ ଛାତ୍ର ଓ ଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ବହୁ ଖୋଜାଖୋଜି ପରେ ଅନ୍ୟ ୨ ଜଣ ଛାତ୍ରୀଙ୍କର ମୃତଦେହ ମିଳିଥିଲା। ହେଲେ ଏବେ ବି ଜଣେ ଡାକ୍ତରୀ ଛାତ୍ରୀ ନିଖୋଜ ଅଛନ୍ତି।
ରାତିରେ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରାଯାଇଥିଲା। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ରାତି ହୋଇଯିବାରୁ ଉଦ୍ଧାର କାର‌୍ୟ୍ୟ ବନ୍ଦ ରହିଥିଲା। ଆଜି ସକାଳେ ଉଦ୍ଧାରକାରୀ ଦଳ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରୁଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଏଲୁର ମେଡିକାଲ କଲଜେର ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031