Indus Valley Times

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୬୨ ଜଣ କରୋନା ପଜିଟିଭ ଚିହ୍ନଟ , ୭୦ଜଣ ୧୮ ବର୍ଷରୁ କମ୍ ବର୍ଗର

 Breaking News

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୬୨ ଜଣ କରୋନା ପଜିଟିଭ ଚିହ୍ନଟ , ୭୦ଜଣ ୧୮ ବର୍ଷରୁ କମ୍ ବର୍ଗର

September 21
10:15 2021

ଭୁବନେଶ୍ୱର,୨୧/୯ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର।
୪୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୯୪ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୬ ଜଣ ନୂଆ କରୋନା ଆକ୍ରାନ୍ତ ବାହାରିଥିବା ବେଳେ ବାଲେଶ୍ୱରରୁ ୧୧, ବରଗଡ଼ରୁ ୪, ଭଦ୍ରକରୁ ୧୬, ବଲାଙ୍ଗିରରୁ ୨, କଟକରୁ ୩୦, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩୧, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ଜଣେ, ଓ ମୟୂରଭଞ୍ଜରୁ ୧୩ ଆକ୍ରାନ୍ତ ହୋଇଛନ୍ତି ।
ନୟାଗଡ଼ରୁ ୫, ନୂଆପଡ଼ାରୁ ଜଣେ, ପୁରୀରୁ ୧୩, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୨, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୬ ଜଣ ଅଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୨୧୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୭ ହଜାର ୬୬୬ ଜଣ ସୁସ୍ଥ ହୋଇସାରିଛନ୍ତି। ୫,୩୫୧ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୪୬କୁ ବୃଦ୍ଧି ପାଇଛି।
ଏହି ୫ ଜଣଙ୍କ ମଧ୍ୟରୁ ଅନୁଗୋଳ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି। ଏହା ସହିତ ଅନୁଗୋଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୬କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୨୯୧, କଟକରେ ୮୨୮, ଖୋର୍ଦ୍ଧାରେ ୧,୪୮୮ ଓ ପୁରୀରେ ୪୫୦ରେ ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031