Indus Valley Times

ଚଳିତ ମାସରେ ଭିତରେ ବଙ୍ଗୋପସାଗରରେ ଆସିପାରେ ୩ଟି ଲଘୁଚାପ,ସମୁଦ୍ର ଭିତରେ ଆସିପାରେ ବାତ୍ୟା!

 Breaking News

ଚଳିତ ମାସରେ ଭିତରେ ବଙ୍ଗୋପସାଗରରେ ଆସିପାରେ ୩ଟି ଲଘୁଚାପ,ସମୁଦ୍ର ଭିତରେ ଆସିପାରେ ବାତ୍ୟା!

ଚଳିତ ମାସରେ ଭିତରେ ବଙ୍ଗୋପସାଗରରେ ଆସିପାରେ ୩ଟି ଲଘୁଚାପ,ସମୁଦ୍ର ଭିତରେ ଆସିପାରେ ବାତ୍ୟା!
September 04
10:35 2022

ଭୁବନେଶ୍ୱର, ୪/୯: ପବନଠାରୁ ବେଶି ରହିବ ବର୍ଷାର ପ୍ରକୋପ । ଲଗାଣ ବର୍ଷା ହେବ ପ୍ରାୟ ୩ ଦିନ ଧରି । ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାବେଳେ ଉପକୂଳ ଛୁଇଁବାବେଳକୁ ବଳ ସାମାନ୍ୟ କମିଯାଇପାରେ । ଚଳିତ ମାସରେ ପ୍ରଥମ ତିନି ସପ୍ତାହ ଭିତରେ ୩ଟି ଲଘୁଚାପ ଆଗ ପଛ ହୋଇ ଆସିପାରେ ।
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ଅଧିକାଂଶ ମଡେଲ୍ ଦର୍ଶାଯାଉଛନ୍ତି, ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ । ଜିଏଫଏସ ଭଳି କିଛି ମଡେଲ୍ ଆକଳନ ଯାହା, ଏହା ସମୁଦ୍ର ଭିତରେ ବାତ୍ୟା ରୂପ ନେବ ।
ମାତ୍ର ଉପକୂଳ ଛୁଇଁଲାବେଳକୁ ଗଭୀର କିମ୍ବା ଅବପାତ ଅବସ୍ଥାରେ ରହିପାରେ । କିଛି ମଡେଲ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ କରୁଥିବାବେଳେ ଆଉ କେତେକ ଦର୍ଶାଇଛନ୍ତି, ଏହା ଆନ୍ଧ୍ର କିମ୍ବା ପଶ୍ଚିମବଙ୍ଗ ଯାଇପାରେ । ଏସବୁ କେବଳ ପ୍ରାକ୍ ଆକଳନ । ଯାହା ବି ହେଉ, ଓଡ଼ିଶାରେ ୩ ଦିନ ପ୍ରବଳ ବର୍ଷା ହୋଇପାରେ ।
କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଜିଏଫଏସ୍-ଏନସିଇପି ମଡେଲ ଅନୁଯାୟୀ ପ୍ରଥପ ତିନି ସପ୍ତାହରେ ବଙ୍ଗୋପସାଗରରେ ୩ଟି ଲଘୁଚାପ ସୃଷ୍ଟି ହୋଇପାରେ ।
ଏନସିଏମଡବ୍ଲୁଏଫ ମଡେଲ ଅନୁସାରେ ଦୁଇଟି ଲଘୁଚାପ ହେବ । ପ୍ରଥମ ଲଘୁଚାପଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଆସନ୍ତା ୬/୭ ତାରିଖବେଳକୁ ହୋଇପାରେ ।
ଏହା ୯ ତାରିଖରେ ତେଲେଙ୍ଗାନା ଆଡ଼କୁ ମୁହାଁଇବା ସମ୍ଭାବନା ଅଛି । ଏହା ପ୍ରଭାବରେ ଓଡ଼ିଶାକୁ ସାମୁଦ୍ରିକ ପବନ ବହିବ । ତାପମାତ୍ରା କମିବ । ଆଂଶିକ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ ।
ଦ୍ୱିତୀୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୯ ତାରିଖବେଳକୁ ସୃଷ୍ଟି ହୋଇପାରେ । ଏହା ଓଡ଼ିଶା କିମ୍ବା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ୧୧ ତାରିଖରେ ଛୁଇଁପାରେ । ସମୁଦ୍ରରେ ଥିବାବେଳେ ଏହା ଗଭୀର ଅବପାତ (ଡିପ୍ ଡିପ୍ରେସନ୍) ହେବା ସମ୍ଭାବନା ଅଧିକ ।
ଏମିତିକି ବାତ୍ୟା ପାଖାପାଖି ପବନ ହୋଇପାରେ ବୋଲି ଜିଏଫଏସ ବାରମ୍ବାର ଆକଳନ କରିଛି । ଏହାକୁ କମାଇ ଗଭୀର ଅବପାତ ନେଇ ମଧ୍ୟ ପୂର୍ବାନୁମାନ କରିଛି । ତେଣୁ ପୂର୍ବାନୁମାନରେ ସ୍ଥିରତା ରହିନାହିଁ । ତେଣୁ ସ୍ଥିତି ବଦଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
ଜଳପତ୍ତନର ତାପମାତ୍ରା, ବାୟୁ ପ୍ରଚଳନ ଓ ଊର୍ଦ୍ଧ୍ୱଗାମୀ ବାୟୁ ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରଖିଛି । ତୃତୀୟ ଲଘୁଚାପ ୧୩ରୁ ୧୬ ତାରିଖ ଭିତରେ ସୃଷ୍ଟି ହୋଇପାରେ । ଏହା ମଧ୍ୟ ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ଯାଇପାରେ ।
ଯଦି ଦ୍ୱିତୀୟ ଲଘୁଚାପଟି ଅଧିକ ଘନୀଭୂତ ନ ହୁଏ, ତେବେ ତୃତୀୟଟି ଅଧିକ ଘନୀଭୂତ ହେବ । ଚଳିତ ମାସର ଦ୍ୱିତୀୟ ସପ୍ତାହରେ ଉତ୍ତର ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା ଅଛି । ମାସରେ ଯେତିକି ବର୍ଷା ହେବା କଥା, ଗୋଟିଏ ସପ୍ତାହରେ ତା’ର ଅଧା ବର୍ଷା ହୋଇପାରେ । ତୃତୀୟ ଲଘୁଚାପ ଯୋଗୁ ବର୍ଷା ଆହୁରି ବଢ଼ିପାରେ । ତେଣୁ ଚଳିତ ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031