Legatus

ଗର୍ଜିଲେ ଶାହ, କହିଲେ- ୪ ଜୁନ୍‌ରେ ନବୀନ ବାବୁ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ

 Breaking News

ଗର୍ଜିଲେ ଶାହ, କହିଲେ- ୪ ଜୁନ୍‌ରେ ନବୀନ ବାବୁ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଗର୍ଜିଲେ ଶାହ, କହିଲେ- ୪ ଜୁନ୍‌ରେ ନବୀନ ବାବୁ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ
May 28
14:42 2024

ଚାନ୍ଦବାଲି,୨୮।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଚାନ୍ଦବାଲିଠାରେ ଏକ ଜନସଭା କରି ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରତ୍ନ ଭଣ୍ଡାର ଚାବିକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ ପଚାରୁଛି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା। ଡୁପ୍ଲିକେଟ ଚାବି ହୋଇଛି କି ନାହିଁ ନବୀନ ବାବୁଙ୍କୁ ପଚାରୁଛି। ଯାଞ୍ଚ ରିପୋର୍ଟ କାହିଁକି ଚାପିଛନ୍ତି, ବିଜେଡି କାହାକୁ ବଞ୍ଚାଇବାକୁ ଚାହୁଁଛି। ଭାଜପା ସରକାର ଆସିଲେ ମାସକରେ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ। ଭାଜପାକୁ ଭୋଟ ଦିଅନ୍ତୁ, ସମୃଦ୍ଧ ଓଡ଼ିଶା ବନାଇବୁ।
ଏ ନିର୍ବାଚନ ହେଉଛି ଓଡ଼ିଆ ଅସ୍ମିତା, ଭାଷା, କଳା ଓ ସ୍ୱାଭିମାନ ପାଇଁ ଲଢ଼େଇ। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ସହ୍ୟ କରିଗଲେ। ମାତ୍ର ତାମିଲ ବାବୁଙ୍କୁ ଆଉ ବରଦାସ୍ତ କରିବେ ନାହିଁ। ତେଣୁ ୪ ଜୁନ୍ରେ ରେଜଲ୍ଟ ଆସିବା ପରେ ନବୀନ ବାବୁ ହୋଇଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସଭାରେ ଯୋଗ ଦେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।
ଶାହା ଆହୁରି ମଧ୍ୟ କହିଛନ୍ତି, ତାମିଲ ବାବୁ ଓଡ଼ିଆ ଲୋକଙ୍କୁ ରାମ ଉତ୍ସବରୁ ବାରଣ କଲେ। ପ୍ରଭୁ ଜଗନ୍ନାଥଙ୍କ ସମ୍ମାନ ସହ ଖେଳକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଭାଜପା ସରକାରକୁ ଆସିଲେ ଜଗନ୍ନାଥ ପରମ୍ପରା ଅନୁସାରେ ଜଗନ୍ନାଥ ମନ୍ଦିର ଚାଲିବ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930