Legatus

ଗାଁ ମୁଣ୍ଡରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ, ହତ୍ୟା ପରେ ଫିଙ୍ଗି ଦେଇଥିବା ଅନୁମାନ

 Breaking News

ଗାଁ ମୁଣ୍ଡରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ, ହତ୍ୟା ପରେ ଫିଙ୍ଗି ଦେଇଥିବା ଅନୁମାନ

August 11
11:42 2023

କଣ୍ଟାମାଳ,୧୧/୮ : ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ଲୁମୁରୁଜୁନା ଗ୍ରାମରେ ଜନେକ ବ୍ୟକ୍ତିଙ୍କୁ ଗୁରୁବାର ଦିନ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣା ପଡ଼ିଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଲୁମୁରଜୁନା ଗାଁ ମୁଣ୍ଡରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।
ଭମିଳିଥିବା ସୂଚନାନୁଯାୟୀ, ମୃତକ ଜଣକ ମନମୁଣ୍ଡା ଥାନା ଲୁମୁରଜୁନା ଗ୍ରାମର ସମାରୁ ଗେଜ। ସମାରୁ ଗୁରୁବାର ଗାଈ ଚରାଇବାକୁ ଗ୍ରାମ ପଡ଼ିଆକୁ ଯାଇ ରାତି ପର‌୍ୟ୍ୟନ୍ତ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସମାରୁଙ୍କ କୌଣସି ପତ୍ତା ପାଇନଥିଲେ।
ପରିବାର ଲୋକ ମନମୁଣ୍ଡା ପୁଲିସକୁ ସୂଚନା ଦେଇଥିଲେ। ଆଜି ସମାରୁଙ୍କ ମୃତଦେହ ଗାଁ ମୁଣ୍ଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସମାରୁଙ୍କୁ କେହି ଦୃର୍ବୃତ୍ତ ହତ୍ୟା କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି। ଏଭଳି ଏକ ନିର୍ମମ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31