Indus Valley Times

ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ଟିପିଏନଓଡିଏଲକୁ ସ୍ବୀକୃତି :“ବେଷ୍ଟ ହେଲ୍ଥ କେୟାର ଇନିସିଏଟିଭ ଇନ୍ ଦ ରିଜନ୍” ସମ୍ମାନରେ ସମ୍ମାନିତ

 Breaking News

ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ଟିପିଏନଓଡିଏଲକୁ ସ୍ବୀକୃତି :“ବେଷ୍ଟ ହେଲ୍ଥ କେୟାର ଇନିସିଏଟିଭ ଇନ୍ ଦ ରିଜନ୍” ସମ୍ମାନରେ ସମ୍ମାନିତ

October 05
09:12 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୫/୧୦: ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ତଥା ଆଞ୍ଚଳିକ ସ୍ତରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଣ ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)କୁ “ବେଷ୍ଟ ହେଲ୍ଥ କେୟାର ଇନିସିଏଟିଭ ଇନ୍ ଦ ରିଜନ୍” ସମ୍ମାନରେ ସମ୍ମାନିତ କରାଯାଇଛି।
ଭୁବନେଶ୍ବରରେ ଓଡିଶା ସିଏସଆର ଫୋରମ୍ ଦ୍ୱାରା ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଟିପିଏନଓଡିଏଲକୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ନିଜର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଦିଗରେ ସର୍ବଦା ଗୁରୁତ୍ଵ ଦେବା ସହ ସାମାଜିକ ଦାୟିତ୍ଵବୋଧତା ତଥା ସିଏସଆର ବିନିଯୋଗ କ୍ଷେତ୍ରରେ ‘ଟିପିଏନଓଡିଏଲ’ ଗୁରୁଦାୟିତ୍ଵ ବହନ କରୁଛି।
ଉପାନ୍ତ ଓ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡି ଜନସାଧାରଣଙ୍କ ପାଇଁ ବରଦାନ ସାଜିଛି। ବିଗତ କିଛି ବର୍ଷ ମଧ୍ୟରେ ୩ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଓ ଔଷଧ ଟିପିଏନଓଡିଏଲ ଯୋଗାଇଛି ।
ଏ ସମ୍ପର୍କରେ ସୂଚନା ଦେଇ ଟିପିଏନଓଡିଏଲ ସିଇଓ ଶ୍ରୀ ଦ୍ଵିଜଦାସ ବସାକ କହିଛନ୍ତି ଯେ, ମାଗଣା ମୋବାଇଲ ସ୍ୱାସ୍ଥ୍ୟ ସେବା ନିମିତ୍ତ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବାଲେଶ୍ଵର ଜିଲ୍ଲା ସମେତ ଯାଜପୁର, କେନ୍ଦୁଝର, ଭଦ୍ରକ, ଓ ମୟୂରଭଞ୍ଜ ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରାଯାଇଛି।
ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ମୋଟ ୫ଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉପଲବ୍ଧ କରାଯାଇଥିବା ବେଳେ ଏଯାବତ ମୋଟ ୧୯୯୭ଟି ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜନ କରାଯାଇଛି।
ଏହି ଆମ୍ବୁଲାନ୍ସ ଆଦିବାସୀ, ଉପାନ୍ତ ଓ ଗ୍ରାମାଞ୍ଚଳ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଛି। ଆମ୍ବୁଲାନ୍ସଗୁଡିକରେ ଅତ୍ୟାବଶ୍ୟକୀୟ ଚିକିତ୍ସା ଉପକରଣ ଓ ଔଷଧ ସହ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ ଏବଂ ଡ୍ରାଇଭର ନିଯୋଜିତ ହୋଇଛନ୍ତି।
ଚିକିତ୍ସା ସେବା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନ କରିବା ଦିଗରେ ମଧ୍ୟ ଏହି ଆମ୍ବୁଲାନ୍ସ କାର୍ଯ୍ୟ କରୁଥିବା ସେ ଦର୍ଶାଇଛନ୍ତି। ତେବେ ଟିପିଏନଓଡିଏଲ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ଵିଜଦାସ ବସାକ, ସିଏସଆର ମୁଖ୍ୟ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31