Indus Valley Times

ବିଜେଡି ସରକାର ତଦନ୍ତ କରି ଭୁଆଁ ବୁଲାଉଥିବା ଦୀପାଳି ଦାସ ଅନୁଭବ କଲେଣି

 Breaking News

ବିଜେଡି ସରକାର ତଦନ୍ତ କରି ଭୁଆଁ ବୁଲାଉଥିବା ଦୀପାଳି ଦାସ ଅନୁଭବ କଲେଣି

ବିଜେଡି ସରକାର ତଦନ୍ତ କରି ଭୁଆଁ ବୁଲାଉଥିବା ଦୀପାଳି ଦାସ ଅନୁଭବ କଲେଣି
January 16
13:49 2025

ଭୁବନେଶ୍ୱର, ୧୬/୧: ଦୁଇ ବର୍ଷ ପରେ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ପୁଣି ଥରେ ରାଜନୀତି ପାଣିପାଗ ସରଗରମ ହୋଇଛି । ନବଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ ।
ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦୀପାଳି ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ଏବଂ ସିବିଆଇ ତଦନ୍ତ ଚାହୁଛନ୍ତି ବୋଲି ଲେଖିକି ସରକାରଙ୍କୁ ଦେବାକୁ କହିଛନ୍ତି ଆଇନ ମନ୍ତ୍ରୀ ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଖାଲି ଗଣମାଧ୍ୟମ ଆଗରେ କହିଲେ କିଛି ହେବନି, ଯଦି ପୂର୍ବ ସରକାର ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି ବୋଲି ଦୀପାଳି ଲେଖା ଆକାରରେ ଦିଅନ୍ତୁ ।
ଲିଖିତଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ହେବ କି ନାହିଁ । ଯିଏ ଗୁଳି କଲା, ସେ କାହିଁକି ମାରିଲା ତାର ଉତ୍ତର ପୂର୍ବ ସରକାରରେ ନ ଥିଲା ।
ବିଜେପି ସେତେବେଳେ ଆମେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲୁ । କିଏ ଗୁଳି କରିଥିଲା ଧରାଗଲା, କିନ୍ତୁ କାହିଁକି ହତ୍ୟା କରାଗଲା ତାହା ଜଣାପଡ଼ି ନ ଥିଲା । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି, ସତ୍ୟ ବାହାରିବ ନାହିଁ ବୋଲି ଆମେ ସେତେବେଳେ କହିଥିଲୁ । କିନ୍ତୁ ତତ୍କାଳୀନ ସରକାର ଶୁଣି ନ ଥିଲେ । କେସ୍ ପୁଣି ଥରେ ଖୋଲିବ କି ନାହିଁ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ସେହିପରି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ସିବିଆଇ ତଦନ୍ତ ଦୁଇ ବର୍ଷ ପୂର୍ବରୁ ହେବାର ଥିଲା । ଯେତେବେଳେ ସାରା ଓଡ଼ିଶାର ଲୋକେ କହୁଥିଲେ ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି ସେତେବେଳେ ତାଙ୍କ ପରିବାର ନୀରବ ରହିଲା । ଆମେ ମଧ୍ୟ ସିବିଆଇ ତଦନ୍ତ କିମ୍ବା ନ୍ୟାୟିକ ତଦନ୍ତ ପାଇଁ ବିଧାନସଭାରେ ଦାବି ଉଠାଇଥିଲୁ । ସେତେବେଳର ସରକାର ସାଥ ଦେଲେନି କିମ୍ବା ତାଙ୍କ ପରିବାର ଚୁପ ରହିଲା ।
ଅଧିକ ପଢ଼ନ୍ତୁ- ଇସ୍ରୋର ସ୍ପେସ୍ ଡକିଂ ମିଶନ ସଫଳ, ଅନ୍ତରୀକ୍ଷରେ ଯୋଡ଼ିହେଲା ଦୁଇଟି ସାଟେଲାଇଟ୍
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୩ ଜାନୁୟାରୀ ୨୯ ତାରିଖରେ ତତ୍କାଳୀନ କ୍ୟାବିନେଟ୍ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଭିଡ ଭିତରେ ବ୍ରଜରାଜନଗରର ଗାନ୍ଧୀ ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ଏଏସଆଇ ଗୋପାଳ ଦାସ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ନବ ଦାସଙ୍କୁ ହତ୍ୟା କରିଥିଲା । ତେବେ ପୋଲିସ ତୁରନ୍ତ ଗୋପାଳକୁ ଗିରଫ କରିଥିଲା । ଗୋପାଳ ନିଜର ଦୋଷ ସ୍ୱୀକାର କଲା, କିନ୍ତୁ କେହି କିଛି ବୁଝି ପାରିଲେ ନାହିଁ, ଏମିତି କାହିଁକି ହେଲା । ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ସିବିଆଇ ତଦନ୍ତ ପାଇଁ ଦାବି କରିଥିଲା । ଏଥିରେ ଭିକେ ପାଣ୍ଡିଆନ ଏବଂ ବବି ଦାସଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା ।
କିନ୍ତୁ ତତ୍କାଳୀନ ବିଜେଡ଼ି ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦେଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ହେବା ପରେ ମଧ୍ୟ ସେ ରହସ୍ୟ ଆଜି ପର‌୍ୟ୍ୟନ୍ତ ସେମିତି ରହସ୍ୟରେ ହିଁ ରହିଗଲା । ପରବର୍ତ୍ତୀ ସମୟରେ ବିଜେଡ଼ି ସରକାରରେ ବିଧାୟିକା ହୋଇଥିବା ନବଙ୍କ ଝିଅ ଦୀପାଳି ଦାସ ନବୀନଙ୍କ ଉପରେ ଆଖି ବୁଜି ବିଶ୍ୱାସ କରି ଚୁପ ବସିଥିଲେ । କଦାପି ଦୀପାଳି ନିଜ ବାପାଙ୍କ ହତ୍ୟା ମାମଲାର ତଦନ୍ତ ବିଷୟରେ ଗୋଟିଏ ପ୍ରଶ୍ନ ବି ଉଠାଇ ନ ଥିଲେ । କିନ୍ତୁ ଏବେ ଦୀପାଳି ଏବଂ ବିଶାଳ କହୁଛନ୍ତି ଯେ ଗୋପାଳ ଜରିଆରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ବିଜେପି ସରକାର ତାଙ୍କ ସହିତ ଛିଡ଼ା ହେବେ କି ବୋଲି ଏବେ ପ୍ରଶ୍ନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031