Indus Valley Times

ଗ୍ରାମାଞ୍ଚଳରେ ଟିପିଏନଓଡିଏଲ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସାଜିଛି ବରଦାନ ; ୫ଲକ୍ଷ ୫୯ ହଜାର ଲୋକଙ୍କୁ ଯୋଗାଇଛି ମାଗଣା ସ୍ୱାସ୍ଥ୍ୟ ସେବା

 Breaking News

ଗ୍ରାମାଞ୍ଚଳରେ ଟିପିଏନଓଡିଏଲ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସାଜିଛି ବରଦାନ ; ୫ଲକ୍ଷ ୫୯ ହଜାର ଲୋକଙ୍କୁ ଯୋଗାଇଛି ମାଗଣା ସ୍ୱାସ୍ଥ୍ୟ ସେବା

August 11
20:21 2025

ଗ୍ରାମାଞ୍ଚଳରେ ଟିପିଏନଓଡିଏଲ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସାଜିଛି ବରଦାନ;୫ଲକ୍ଷ ୫୯ ହଜାର ଲୋକଙ୍କୁ ଯୋଗାଇଛି ମାଗଣା ସ୍ୱାସ୍ଥ୍ୟ ସେବା
ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୧୧/୮ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ସହ ସାମାଜିକ ଦାୟିତ୍ଵବୋଧତା ତଥା ସିଏସଆର ବିନିଯୋଗ କ୍ଷେତ୍ରରେ ଗୁରୁଦାୟିତ୍ଵ ବହନ କରୁଛି।
ଉପାନ୍ତ ଓ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡି ଜନସାଧାରଣଙ୍କ ପାଇଁ ବରଦାନ ସାଜିଛି। ବିଗତ ତିନି ବର୍ଷ ମଧ୍ୟରେ ୫ଲକ୍ଷ ୫୯ ହଜାରରୁ ଅଧିକ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇଛି ଟିପିଏନଓଡିଏଲ।
ଟିପିଏନଓଡିଏଲ ପକ୍ଷରୁ ମାଗଣା ମୋବାଇଲ ସ୍ୱାସ୍ଥ୍ୟ ସେବା ନିମିତ୍ତ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବାଲେଶ୍ଵର ଜିଲ୍ଲା ସମେତ ଯାଜପୁର, କେନ୍ଦୁଝର, ଭଦ୍ରକ, ଓ ମୟୂରଭଞ୍ଜ ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରାଯାଇଛି। ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ମୋଟ ୫ଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉପଲବ୍ଧ କରାଯାଇଥିବା ବେଳେ ଏଯାବତ ମୋଟ ୩ ହଜାର ୭୨୦ଟି ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜନ କରାଯାଇଛି। ଏହି ଆମ୍ବୁଲାନ୍ସ ଆଦିବାସୀ, ଉପାନ୍ତ ଓ ଗ୍ରାମାଞ୍ଚଳ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଛି। ଆମ୍ବୁଲାନ୍ସଗୁଡିକରେ ଅତ୍ୟାବଶ୍ୟକୀୟ ଚିକିତ୍ସା ଉପକରଣ ଓ ଔଷଧ ସହ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ ଏବଂ ଡ୍ରାଇଭର ନିଯୋଜିତ ହୋଇଛନ୍ତି। ଚିକିତ୍ସା ସେବା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନ କରିବା ଦିଗରେ ମଧ୍ୟ ଏହି ଆମ୍ବୁଲାନ୍ସ କାର‌୍ୟ୍ୟ କରୁଛି। ୧୧୮୦ଟି ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନତା କାର‌୍ୟ୍ୟକ୍ରମ ଟିପିଏନଓଡ଼ିଏଲ ପକ୍ଷରୁ ଆୟୋଜନ କରାଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ଟିପିଏନଓଡିଏଲ ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, ଆମେ ଅଭିଜ୍ଞ ଡାକ୍ତର, ଫର୍ମାସିଷ୍ଟ ଏବଂ ଅନ୍ୟ କର୍ମଚାରୀ ପ୍ରତ୍ୟେକ ଆମ୍ବୁଲାନ୍ସରେ ନିୟୋଜିତ କରିଛୁ। ଏହି ଆମ୍ବୁଲାନ୍ସ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଓ ଔଷଧ ଯୋଗାଉଥିବା ବେଳେ ଏ ସମସ୍ତ ପ୍ରକ୍ରିୟା ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ସମ୍ପାଦିତ ହେଉଛି। ସମ୍ପୂର୍ଣ ମାଗଣାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଓ ଔଷଧ ଯୋଗାଇ ଦିଆଯାଉଥିବା ସେ ଦର୍ଶାଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930