Indus Valley Times

ବୌଦ୍ଧ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ

March 26
22:34 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୩ : (ବୁଧବାର )ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ କର୍ମଶାଳାର ଶୁଭ ଉଦଘାଟନ କରିବା ସହ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଅଧିକାରୀ ଏବଂ କର୍ମଚାରୀ ମାନେ ସମସ୍ତ କାମରେ ସ୍ୱଚ୍ଛତା ରକ୍ଷା କଲେ କୌଣସି ପ୍ରକାରରେ କେବେ ମଧ୍ୟ ଦଣ୍ଡିତ ହେବେନାହିଁ ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସ୍ୱତଃ ପ୍ରବୃତ୍ତ ପ୍ରକଟିକରଣ ବିଷୟରେ ସୂଚନା ଦେବା ସହ ସୂଚନା ଅଧିକାର ରେ ତଥ୍ୟ ମାଗିଲେ ସମୟସୀମା ମଧ୍ୟରେ ତଥ୍ୟ ଦେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ଉପ- ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ କର୍ମଶାଳା ର ଉଦ୍ଦେଶ୍ୟ ଜ୍ଞାପନ, ସମସ୍ତ ଯାଗାରେ ସ୍ୱଚ୍ଛତା, ଉତ୍ତର ଦାୟିତ୍ୱ, ଭ୍ରଷ୍ଟାଚାର ମୁକ୍ତ ସମାଜ ଗଠନ କରିବା ପାଇଁ ସୂଚନା ଅଧିକାର ଆଇନ କୁ ଲୋକାଭିମୁଖି କରିବା ଏବଂ ସ୍ୱଚ୍ଛ ଭାବରେ ଲୋକଙ୍କ ପାଖରେ ପହଂଚି ବା,ସମସ୍ତ ଲୋକ ଏ ସବୁ ଜାଣିବାର ଅଧିକାର ଅଛି ଏବଂ ଦୁର୍ନୀତି ରେ ଅଙ୍କୁଶ ଲାଗିବା ଉଚିତ ବୋଲି ନିଜ ମତାମତ ଦେବା ସହ ଏକ ସୁନ୍ଦର ସ୍ଵ ରଚିତ କବିତା ଆବୃତ୍ତି କରିଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବ ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ମଦନ ମୋହନ ପ୍ରଧାନ, ଅଧିକ୍ଷକ ଡ଼. ସଂଘମିତ୍ରା ପଣ୍ଡା, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି ଯୋଗ ଦେଇ ସମସ୍ତେ ଆର ଟି ଆଇ ପୋର୍ଟାଲ ରେ ମାର୍ଚ୍ଚ ୩୧ ସୁଦ୍ଧା ଇଂରାଜୀ ସହ ଓଡ଼ିଆ ଭାଷା ରେ ସମସ୍ତ ତଥ୍ୟ ଅପଡେଟ କରିବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଅଧିକାର ଆଇନର ୪ (୧) (ଖ) ଅଧିନିୟମରେ ଥିବା ସ୍ୱତଃପ୍ରବୃତ୍ତ ପ୍ରକଟିକରଣ ର ୧୭ ଟି ମାନୁଆଲ୍ ସମ୍ପର୍କରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଜନ ସୂ ଚନା ଅଧିକାରୀ, ସହକାରୀ ଜନ ସୂଚନା ଅଧିକାରୀ , ଅପିଲ କର୍ତ୍ତୃ ପକ୍ଷଙ୍କ ସମେତ ବିଭାଗୀୟ କାର୍ଯ୍ୟାଳୟ ମୁଖ୍ୟ ଏବଂ ବିଭିନ୍ନ କାର୍ଯ୍ୟାଳୟ ର ସୂଚନା ଅଧିକାର ଆଇନ ରେ କାମ କରୁଥିବା କର୍ମଚାରୀ, ବରିଷ୍ଠ ସାମ୍ବାଦିକ ମୁକେଶ ପାଢ଼ୀ, ଦେବାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରୁ ଆସିଥିବା ସଂ ସାଧନ କର୍ମୀ ସଂଗ୍ରାମ କେଶରୀ ପୃଷ୍ଟି, ସୁମନ ଗାଇଗୋରିଆ, କେଦାରନାଥ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିବା ବେଳେ ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ, ବୌଦ୍ଧ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କର୍ମଶାଳା ରେ ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, କର୍ମଚାରୀ ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031