Indus Valley Times

ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ିଲେ ଶ୍ରମିକ, ଚାଲିଗଲା ଜୀବନ

 Breaking News

ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ିଲେ ଶ୍ରମିକ, ଚାଲିଗଲା ଜୀବନ

December 06
17:37 2024

ପାରାଦ୍ଵୀପ, ୬/୧୧୨ : ବିପିସିଏଲ ଗ୍ୟାସ ପାଇପ ଲାଇନ ସମ୍ପ ମରାମତି ବେଳେ ଗଳିପଡି ଯୁବକ ଗୁରୁତର, ଅଚେତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି। ଯାହାକୁ ନେଇ କୁଜଙ୍ଗ ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଘଟଣାକୁ ନେଇ ପ୍ରତ୍ୟେକ୍ଷଦର୍ଶୀ ଶ୍ରମିକ ମାନଙ୍କ କହିବା ଅନୁଯାୟୀ କଟକ ପାରାଦୀପ ରାସ୍ତାର ତାଳଦଣ୍ଡା ନିକଟରେ ବିପିସିଏଲ ର ପାଇପ ଲାଇନ ମରାମତି କାର‌୍ୟ୍ୟ ଚାଲିଥିବା ସମୟରେ ବିପିସିଏଲ ଅଧିକାରୀ ଦୁଇଜଣ ଶ୍ରମିକଙ୍କୁ ଭଲଭ ଭିତରେ କାର‌୍ୟ୍ୟ କରିବାକୁ କହିଥିଲେ।
ତେବେ ଜଣେ ଶ୍ରମିକ ଉପରେ ରହିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଭଲଭ ଭିତରକୁ ପଶିଥିଲେ। ହଠାତ ଭିତରକୁ ପଶିବା ପରେ ଶ୍ରମିକ ଜଣକ ଭିତରେ ଫସି ଯାଇଥିଲେ। ଉପରେ ରହିଥିବା ଶ୍ରମିକ ଜଣକ ସାଥି ଶ୍ରମିକ ଙ୍କୁ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ, ଯାହା ଫଳରେ ସ୍ଥାନୀୟ ଲୋକ ପହଞ୍ଚି ହୋହାଲ୍ଲା କରିଥିଲେ ମଧ୍ୟ ଗ୍ୟାସ ଲିକ କାରଣରୁ ଭୟଭୀତ ହୋଇପଡ଼ିଲଥିଲେ। ଖବର ପାଇବା ପରେ ବିପିସିଏଲର ଟେକନିସିଆନ ଟିମ ଓ କୁଜଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକକୁ ଅଚେତ ଅବସ୍ଥାରେ ଉଦ୍ଧାର କରି କୁଜଙ୍ଗ ମେଡିକାଲକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031