Indus Valley Times

ଘର ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା, ଶୋଇଥିବା ବେଳେ ଶାଶୁ ଓ ବୋହୂ ଗୁରୁତର

 Breaking News

ଘର ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା, ଶୋଇଥିବା ବେଳେ ଶାଶୁ ଓ ବୋହୂ ଗୁରୁତର

ଘର ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା, ଶୋଇଥିବା ବେଳେ ଶାଶୁ ଓ ବୋହୂ ଗୁରୁତର
July 03
11:50 2023

କେନ୍ଦ୍ରାପଡ଼ା, ୩/୭: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କୃଷ୍ଣନଗର ପଞ୍ଚାୟତର ବାଘୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତାକଡ଼ ଘର ଉପରକୁ ଏକ ଚିପ୍ସ ବୋଝେଇ ହାଇୱା ମାଡ଼ିଯିବା ଫଳରେ ଘର ଭିତରେ ଥିବା ଶାଶୂ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଏକ ଚିପ୍ସ ବୋଝେଇ ହାଇୱା ତାଳଚୁଆକୁ ଯାଉଥିଲା। ବର୍ଷା ଯୋଗୁ ରାସ୍ତା ଖରାପ ହୋଇଥିବାରୁ ହାଇୱାଟି ରାସ୍ତାକଡ଼ରେ ଥିବା ଏକ ଘରେ ଉପରେ ମାଡ଼ି ଯାଇଥିଲା। ପରେ ତାହା ଓଲଟି ପଡ଼ିଥିଲା । ଏହି ସମୟରେ ଘରେ ଶାଶୂ କଳ୍ପନା ଗିରି (୬୦ ) ଓ ବୋହୂ ମନୀଷା ଦାସ (୨୨) ଘରେ ଶୋଇଥିଲେ। ହାଇଓ୍ବାଟି ଉଭୟଙ୍କ ଉପରେ ଚଢିଯାଇଥିଲା।
ଏହି ଦୁର୍ଘଟଣା ଘଟିବା ଫଳରେ ଉଭୟ ଶାଶୂ ଓ ବୋହୂ ଗୁରୁତର ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ କେନ୍ଦ୍ରାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇଓ୍ବାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30