Indus Valley Times

ଘର ପାଖରେ ଗୋଟାଉଥିଲେ ଚିପ୍ସ, ଓଲଟିପଡିଲା ମାଟି କାନ୍ଥ

 Breaking News

ଘର ପାଖରେ ଗୋଟାଉଥିଲେ ଚିପ୍ସ, ଓଲଟିପଡିଲା ମାଟି କାନ୍ଥ

ଘର ପାଖରେ ଗୋଟାଉଥିଲେ ଚିପ୍ସ, ଓଲଟିପଡିଲା ମାଟି କାନ୍ଥ
March 25
12:04 2024

ଜଳେଶ୍ଵର, ୨୫/୩: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧୀନସ୍ଥ ପଶ୍ଚିମବାଡ଼ ଗ୍ରାମରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଏକ ପୁରୁଣା କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି।
ବିବରଣୀରୁ ପ୍ରକାଶ ଯେ ଆଜି ସକାଳେ ପଶ୍ଚିମବାଡ଼ ବସ୍ତିର ସେକ ସମିରୁଦ୍ଦିନ (୪୫), ତାଙ୍କ ପତ୍ନୀ ସେକ ଆସୁନି ବିବି(୩୫) ଓ ପୁତ୍ର ସେକ ଆରିଫ(୨୫) ରାସ୍ତା ପାର୍ଶ୍ବରେ ପଡ଼ିଥିବା ଚିପ୍ସ ଗୋଟାଇବା କାମରେ ବ୍ୟସ୍ତ ଥିଲେ।
ଏହି ସମୟରେ ସେହି ପାଖରେ ଥିବା ସମିରୁଦ୍ଦିନଙ୍କ ସାନ ଭାଇ ସେକ ଆଇନଦ୍ଦିନଙ୍କ ଘରର ପୁରଣା ମାଟି ଇଟା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେହି କାନ୍ଥ ତଳେ ତିନି ଜଣଯାକ ଚାପି ରହି ଯାଇଥିଲେ।
ଗ୍ରାମବାସୀ ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ସେଠାରେ ଆରିଫଙ୍କୁ ମୃତ ଘୋଷଣା କରାଯାଇଥିଲା।
ସେହିପରି ସମିରୁଦ୍ଦିନ ଓ ଆସୁନି ବିବିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ଏହି ଖବର ପ୍ରଚାରିତ ହେବା ଫଳରେ ପଶ୍ଚିମବାଡ଼ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930