Indus Valley Times

ରମଜାନ୍ ଓ ପଣା ସଂକ୍ରାନ୍ତି ପାଇଁ ଜାରୀ ହେଲା ନୂଆ ଗାଇଡ୍‌ଲାଇନ୍‌

 Breaking News

ରମଜାନ୍ ଓ ପଣା ସଂକ୍ରାନ୍ତି ପାଇଁ ଜାରୀ ହେଲା ନୂଆ ଗାଇଡ୍‌ଲାଇନ୍‌

ରମଜାନ୍ ଓ ପଣା ସଂକ୍ରାନ୍ତି ପାଇଁ ଜାରୀ ହେଲା ନୂଆ ଗାଇଡ୍‌ଲାଇନ୍‌
April 13
17:31 2021

ଭୁବନେଶ୍ୱର,୧୩/୪ : ପବିତ୍ର ରମଜାନ୍ ଓ ଓଡ଼ିଆ ନୂଆ ବର୍ଷ ପଣା ସଂକ୍ରାନ୍ତିକୁ ଆଖି ଆଗରେ ରଖି ନୂଆ ଗାଇଡଲାଇନ୍ ଜାରି କରାଯାଇଛି। କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (ସିଏମସି) ଓ ବିଏମସି ପକ୍ଷରୁ ରମଜାନ୍ ଓ ପଣା ସଂକ୍ରାନ୍ତି ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ରମଜାନ୍ ପର୍ବରେ ଗହଳିକୁ ଏଡ଼ାଇବା ପାଇଁ ସିଏମସି କିଛି କଠୋର ଗାଇଡଲାଇନ୍ ଆଣିଛି।
ରମଜାନ୍ ସମୟରେ ମସଜିଦ୍ କିମ୍ବା ଏହାର ବାହାରେ କୌଣସି ଗହଳ ନକରିବାକୁ ସିଏମସି ନିର୍ଦ୍ଦେଶ ଦେଇଛି। ମସଜିଦ୍ ଭିତରେ ୧୦୦ ଜଣ କିମ୍ବା ହଲ୍ କ୍ଷମତା ଅନୁଯାୟୀ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନମାଜ ପଢ଼ି ବାକୁ ଅନୁମତି ମିଳିବ। ମସଜିଦ୍ ପ୍ରବେଶ କରିବା ସମୟରେ ଟୋକନ୍ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦିଆଯାଇଛି।
ମସଜିଦ୍ ଭିତରେ ଓ ବାହାରେ ହ୍ୟାଣ୍ଡ୍ ସାନିଟାଇଜର୍, ଥର୍ମାଲ୍ ସ୍କ୍ରିନିଂ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ନମାଜ ପ୍ରାର୍ଥନା ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଏହା ସହ ବୟସ୍କ ଓ ୫ ବର୍ଷରୁ କମ୍ ପିଲାମାନଙ୍କୁ ମସଜିଦ୍ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ଯେଉଁମାନେ ଗାଇଡଲାଇନର ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।
ଏ ନେଇ କଟକ ଚାନ୍ଦ କମିଟିର ସଦସ୍ୟ ରମଜାନ୍ ଖାନ୍ କହିଛନ୍ତି, ଗତ ବର୍ଷ କରୋନା କାରଣରୁ ଆମେ ନମାଜ ପଢ଼ିପାରିନଥିଲୁ। କିନ୍ତୁ ଏବର୍ଷ କୋଭିଟ୍ କଟକଣା ଭିତରେ ଆମକୁ ନମାଜ ପାଇଁ ଅନୁମତି ମିଳିଛି। ଯାହା ଅତ୍ୟନ୍ତ ଖୁସିର କଥା। ଆମେ ସରକାରଙ୍କର ଏହି ନିୟମକୁ ସ୍ୱାଗତ କରୁଛୁ।
ସେହିପରି ପଣା ସଂକ୍ରାନ୍ତି ପାଇଁ ବିଏମସି ଗାଇଡଲାଇନ୍ ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ସର୍ବସାଧାରଣରେ ପଣା ବଣ୍ଟନ କରାଯିବ ନାହିଁ। କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ଅନୁଯାୟୀ ସେବାୟତ ବା ପୂଜକମାନେ ପୂଜା କରିପାରିବେ। ତେବେ ପଣା ସଂକ୍ରାନ୍ତି ପାଇଁ ଭକ୍ତମାନଙ୍କୁ ସଂପୂର୍ଣ୍ଣ ବାରଣ କରାଯାଇଛି। ସିଏମସି ଭଳି ବିଏମସି ମଧ୍ୟ ରମଜାନ୍ ପାଇଁ ସମାନ୍ ଗାଇଡଲାଇନ୍ ଜାରି କରିଛି। ରମଜାନ୍ ପାଇଁ ବିଏମସି ଖୁବଶୀଘ୍ର ଏସଓପି ଜାରି କରିବ।

  • ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031