Indus Valley Times

ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ରାତିରେ ପୁଅ ସହିତ ଟଙ୍କା ପାଇଁ ହୋଇଥିଲା ଝଗଡ଼ା

 Breaking News

ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ରାତିରେ ପୁଅ ସହିତ ଟଙ୍କା ପାଇଁ ହୋଇଥିଲା ଝଗଡ଼ା

ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ରାତିରେ ପୁଅ ସହିତ ଟଙ୍କା ପାଇଁ ହୋଇଥିଲା ଝଗଡ଼ା
October 08
10:36 2022

ଭଞ୍ଜନଗର,୮/୧୦: ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ପଣତ କାନିରେ ନିଜ ଲୁହ ପୋଛି ଦେଉଥିଲା। ସେହି ମା’କୁ ସାମାନ୍ୟ କିଛିଟା ଟଙ୍କା ପାଇଁ ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗାଁରେ। ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ। ତାଙ୍କୁ ୫୦ ବର୍ଷ ହୋଇଥିଲା।
ତ୍ରିବେଣୀ ନିଜ ପୁଅ ସନା ନାୟକ ସହିତ ଘରେ ରହୁଥିଲେ। ଗତକାଲି ରାତିରେ ପୁଅ ଘରକୁ ଫେରି ମା’କୁ ଟଙ୍କା ମାଗିଥିଲା। ମା’ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଆଜି ସକାଳେ ତ୍ରିବେଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡ଼ିଥିବା ପଡୋଶୀ ଦେଖିଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ତ୍ରିବେଣୀଙ୍କ ପୁଅ ସନା ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031