Indus Valley Times

ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ସ୍ତ୍ରୀ ଓ ଶାଳୀକୁ ହତ୍ୟା କଲା ସ୍ୱାମୀ

 Breaking News

ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ସ୍ତ୍ରୀ ଓ ଶାଳୀକୁ ହତ୍ୟା କଲା ସ୍ୱାମୀ

April 24
11:03 2022

ଭୁବନେଶ୍ୱର,୨୪/୪: ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର। ଜଣେ ବ୍ୟକ୍ତି ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ଘଟିଛି ଏହି ଘଟଣା। ପୁଲିସ୍ ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ EWS- ୨୩/୨ ଘରେ ରହେ ବିଜୟ ସେଠୀ। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରେ। ସେ ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ତେବେ ସେ କାହିଁକି ସେମାନଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନାହିଁ।
ମୃତକ ଦ୍ୱୟଙ୍କ ବାପା ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ବିଜୟ ଦୁଇ ଦିନ ତଳୁ ସେମାନଙ୍କୁ ହତ୍ୟା କରି ସାରିଛି। ନିଜେ ବିଜୟ ତାଙ୍କୁ ଏହି କଥା କହିଥିବା ସେ କହିଛନ୍ତି। ତେବେ ପୁଲିସ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ପୁଲିସ୍ ଉକ୍ତ ଘରକୁ ସିଲ୍ କରିଛି। ପୁଲିସ୍ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ଅଧିକ ସୂଚନା ମିଳିପାରିବ।
ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ଦୁଇ ଦିନ ହେଲା ଦୁଇ ଝିଅଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଦେଖାଉଥିଲା। ବିଜୟଙ୍କ ଫୋନ୍ ଲାଗୁଥିଲା। କିନ୍ତୁ ସେ ଫୋନ୍ ଉଠାଉ ନଥିଲା। ସେଥିପାଇଁ ସେମାନଙ୍କର ସନ୍ଦେହ ହୋଇଥିଲା। କାରଣ ବିଜୟ କଳହ ପ୍ରକୃତିର ଲୋକ। ପୁଣି ସେ ଅନେକ ସମୟରେ ତାଙ୍କ ପତ୍ନୀଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।
ସୁଦାମ ଓ ତାଙ୍କ ପତ୍ନୀ ଗତକାଲି ଆସିଥିଲେ ବିଜୟଙ୍କ ଘରକୁ। କିନ୍ତୁ ଘରେ ତାଲା ପଡ଼ିଥିଲା। ସୁଦାମ ରାତି ୯ଟା ପର‌୍ୟ୍ୟନ୍ତ ଜଗି ବସିଥିଲେ। କିନ୍ତୁ ବିଜୟ ଆସି ନଥିଲେ। ତେଣୁ ଆଜି ଭୋରରୁ ସୁଦାମ ପୁଣି ଆସି ଘର ପାଖରେ ଛକି ବସିଥିଲେ। ସକାଳ ପ୍ରାୟ ୭ଟା ବେଳେ ବିଜୟ ଘରକୁ ଆସିବାରୁ ତାକୁ ସେ ମାଡ଼ି ବସିଥିଲେ। ଝିଅମାନଙ୍କ ବିଷୟରେ ପଚାରିବାରୁ ବିଜୟ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ଏମିତିକି ସେ ଖସି ଯିବାକୁ ପ୍ରୟାସ କରିଥିଲେ। ତେବେ ସେତେବେଳକୁ ସୁଦାମଙ୍କ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚିସାରିଥିଲେ। ସେମାନେ ବିଜୟକୁ କାବୁ କରି ପୁଲିସ୍କୁ ସୂଚନା ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031