Indus Valley Times

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି, ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର

 Breaking News

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି, ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି, ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର
August 30
11:55 2022

ଭୁବନେଶ୍ବର,୩୦/୮: ଚାଷୀଙ୍କୁ ରାଜ୍ୟ ସରକାର ଦେଇଛନ୍ତି ନୂଆଖାଇ ଭେଟି। ଏହି ଭେଟିରେ ଚାଷୀମାନଙ୍କୁ କାଳିଆ ଟଙ୍କା ମିଳିବ। ସମୁଦାୟ ୮୬୯ କୋଟି ଟଙ୍କାରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟ୍କୁ ୨୦୦୦ ଲେଖାଏ ଟଙ୍କା ଦିଆଯିବ।
ଏହା ପୂର୍ବରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଗତ ମେ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଥିଲେ। ଏହାଦ୍ବାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଥିଲା।
ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ବର୍ଷ କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ରଖାଯାଇଛି।
ଏହି ଅବସରରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପଣସ ମିଶନ ଓ ରିୱାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍ ମିସନ ଓ ସମନ୍ବିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ପ୍ରସାର ମଧ୍ୟ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031