Indus Valley Times

ଚେକିଂ କରୁଥିବା ବେଳେ ହୋମଗାର୍ଡଙ୍କୁ ଚପାଇ ପଳାଇଲା ଭ୍ୟାନ୍: ଘଟଣାସ୍ଥଳରେ ଚାଲିଗଲା ଜୀବନ

 Breaking News

ଚେକିଂ କରୁଥିବା ବେଳେ ହୋମଗାର୍ଡଙ୍କୁ ଚପାଇ ପଳାଇଲା ଭ୍ୟାନ୍: ଘଟଣାସ୍ଥଳରେ ଚାଲିଗଲା ଜୀବନ

ଚେକିଂ କରୁଥିବା ବେଳେ ହୋମଗାର୍ଡଙ୍କୁ ଚପାଇ ପଳାଇଲା ଭ୍ୟାନ୍: ଘଟଣାସ୍ଥଳରେ ଚାଲିଗଲା ଜୀବନ
December 21
12:25 2022

କେନ୍ଦ୍ରାପଡ଼ା,୨୧/୧୨: ଚେକିଂ କରୁଥିବା ବେଳେ ହୋମଗାର୍ଡଙ୍କୁ ଚପାଇ ଦେଇ ପଳାଇଲା ପିକଅପ୍ ଭ୍ୟାନ। ଘଟଣାସ୍ଥଳରେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଠାରେ। ମୃତ ହୋମଗାର୍ଡ ଜଣଙ୍କ ହେଲେ ପ୍ରବୀର କୁମାର ମହାପାତ୍ର। ସେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡରେ ହୋମଗାର୍ଡ ଭାବେ କାର‌୍ୟ୍ୟରତ ଥିଲେ।
ଆଜି ସକାଳେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡର ୪ଜଣ କର୍ମଚାରୀ ବଳଭଦ୍ରପୁର ଠାରେ ଚେକିଂ କରୁଥିଲେ। ଏହି ସମୟରେ କବାଡିଆ ଜିନିଷ ବୋଝେଇ କରି ଏକ ପିକ୍ଅପ୍ ଭ୍ୟାନଟି ଦ୍ରୁତଗତିରେ ଆସୁଥିଲା। ପ୍ରବୀର ତାକୁ ବାଡ଼ି ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ପିକ୍ଅପ୍ ଭ୍ୟାନଟି ପ୍ରବୀରଙ୍କ ଉପରେ ମଡ଼ାଇ ଦେଇ ସେଠାରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ପ୍ରବୀରଙ୍କର ମୃତ୍ୟୁ ଘଟିଥିଲା।
ଏନଫୋର୍ସମେଣ୍ଟ ସ୍କ୍ୱାଡର ଅନ୍ୟ କର୍ମଚାରୀମାନେ ଗାଡ଼ିଟିକୁ ପି଼ଛା କରିଥିଲେ। କିଛି ବାଟ ପିଛା କରିବା ପରେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଗାଡ଼ିଟିକୁ ଏକ ଗାଁରେ ରଖିଦେଇ ସେଠାରୁ ଚମ୍ପଟ ମାରିଥିଲା। ଏନଫୋର୍ସମେଣ୍ଟ ସ୍କ୍ୱାଡର କର୍ମଚାରୀମାନେ ଗାଡ଼ିଟିକୁ ଜବତ କରିଛନ୍ତି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଡେରାବିସ୍ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ଜବତ କରି ଡେରାବିସ ଥାନାକୁ ଅଣାଯାଇଛି ଓ ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30