Indus Valley Times

ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ

 Breaking News

ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ

ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ
July 14
20:25 2020

ଯାଜପୁର,୧୪ା୭: ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ପରାମର୍ଶ ଦେଇଚ୍ଥନ୍ତି । ଜଖପୁରା ଥାନାରେ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ନଥିବାର ଜିଲ୍ଲାପାଳ ଶ୍ରୀ ଦାସ ସ୍ଥାନୀୟ ଅଂଚଳ ପରିଦର୍ଶନ କରିବା ବେଳେ ଜାଣିବାକୁ ପାଇଥିଲେ । ଥାନାରେ ଦୀର୍ଘ ଦିନ ଧରି ବିଦ୍ୟୁତ୍ ନ ରହିବା ଅତ୍ୟନ୍ତ ଉଦ୍‌ବେଗ ଓ ଦୁଃଖଦାୟକ ଘଟଣା ବୋଲି ମତ ଦେଇ ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଥିଲେ ।
ବିଦ୍ୟୁତ ସଂଯୋଗ ପାଇଁ ଆବଶ୍ୟକୀୟ ଏଷ୍ଟିମେଟ ତୁରନ୍ତ ପ୍ରଦାନ ପାଇଁ ଜିଲ୍ଳ୍‌ାପାଳ ଶ୍ରୀ ଦାସ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନାଙ୍କୁ ସୂଚନା ଦେଇଥିଲେ । ମଙ୍ଗଳବାର ଏ ସଂପର୍କରେ ପଦକ୍ଷେପ ନିଆଯାଇ ଡି.ଏମ.ଏଫରୁ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଚ୍ଥି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଅବଗତ କରାଇଚ୍ଥନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031