Indus Valley Times

ଜମିଜମା ସମସ୍ୟା ସମାଧାନ ପାଇଁ ଆଦିବାସୀ ଦଳିତ ମହାସଙ୍ଘ ତହସିଲଦାର ଙ୍କୁ ଭେଟିଲେ: ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ପାଇଁ ମସୁଧା

 Breaking News

ଜମିଜମା ସମସ୍ୟା ସମାଧାନ ପାଇଁ ଆଦିବାସୀ ଦଳିତ ମହାସଙ୍ଘ ତହସିଲଦାର ଙ୍କୁ ଭେଟିଲେ: ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ପାଇଁ ମସୁଧା

ଜମିଜମା ସମସ୍ୟା ସମାଧାନ ପାଇଁ ଆଦିବାସୀ ଦଳିତ ମହାସଙ୍ଘ ତହସିଲଦାର ଙ୍କୁ ଭେଟିଲେ: ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ପାଇଁ ମସୁଧା
June 10
11:41 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୦/୬: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ତହସିଲଦାର ଧୀରଜ କୁମାର ପାତ୍ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ଦାରିଙ୍ଗବାଡିର ଆଦିବାସୀ ଦଳିତ ମହାସଙ୍ଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ଭେଟି ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଅଞ୍ଚଳର ଅନେକ ଜମିଜମା ସମସ୍ୟା ଲାଗିରହିଛି। ତାର ସମାଧାନ କରିବାକୁ ମହାସଙ୍ଘ ତହସିଲଦାରଙ୍କୁ ନିବେଦନ କରିଥିଲେ।
ସେହିପରି ଏବେ ଛାତ୍ରୀଛାତ୍ରମାନେ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଉଛନ୍ତି ଏବଂ ଅନେକ ଯୁବପିଢ଼ି ଚାକିରି ପାଇଁ ଆବଶ୍ୟକ ପ୍ରମାଣପତ୍ର ଯୋଗାଡ଼ କରୁଛନ୍ତି। ପୂର୍ବରୁ ତହସିଲ କାର୍ଯ୍ୟାଳୟରୁ ମିଳିଥିବା ଜାତିଗତ, ରୋଜଗାର ଏବଂ ରେସିଡେନ୍ସି ପ୍ରମାଣ ପତ୍ର ପାଇଁ ତହସିଲ ଅଫିସ ଆସି ହଇରାଣ ହେଉଛନ୍ତି।
ଲୋକଙ୍କ କୌଣସି କାର୍ଯ୍ୟ ହେଉନି ବୋଲି ମହାସଂଘର ସଭାପତି ତ୍ରିନାଥ ପ୍ରଧାନ, ସମ୍ପାଦକ ସନ୍ତୋଷ ପ୍ରଧାନ, ସଦସ୍ୟା ବିଳାସିନି ନାୟକ ପ୍ରମୁଖ ଅଭିଯୋଗ କରିଥିଲେ। ୨ ଦିନ ମଧ୍ୟରେ ଅତିରିକ୍ତ ତହସିଲଦାରଙ୍କୁ ଏଠାରୁ ବଦଳି କରି ଜଣେ ପୁରୁଷ ଅତିତିକ୍ତ ତହସିଲଦାରଙ୍କୁ ଏଠାରେ ନିଯୁକ୍ତି ଦିଅନ୍ତୁ ନ ହେଲେ ହଜାର ହଜାର ଆଦିବାସୀ ଦଳିତ ମହାସଙ୍ଘର ସଦସ୍ୟ, କର୍ମକର୍ତ୍ତା ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବାକୁ ଚେତାବନୀ ଦେଇଥିଲେ। ଏଥିରେ ତହସିଲଦାର ଅତିକମରେ ଏକ ସପ୍ତାହ ସମୟ ଦିଅନ୍ତୁ।
ଆମେ ତହସିଲ କାର‌୍ୟ୍ୟାଳୟରେ ହେଉଥିବା ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ। ଜାତିଗତ ଓ ରେସିଡେନ୍ସ ପ୍ରମାଣପତ୍ର ପାଇଁ ବାରମ୍ବାର ସବୁବର୍ଷ ଆବେଦନ କରିବା ଆବଶ୍ୟକ ନାହିଁ ବୋଲି କହିବା ସହ ଏନେଇ ସେ ଡିଇଓ, ବିଇଓ ଓ ସମସ୍ତ ବିଦ୍ୟାଳୟକୁ ଚିଠି କରି ଜଣାଇଦେବି ବୋଲି ମହାସଂଘକୁ ତହସିଲଦାର କହିଥିଲେ। ଏଥିରେ ଆଦିବାସୀ ଦଳିତ ମହାସଂଘର କର୍ମକର୍ତ୍ତା ରାଜି ହୋଇଥିଲେ।
ସମସ୍ୟାର ସମାଧାନ ନ ହେଲେ ସପ୍ତାହ ପରେ ଆନ୍ଦୋଳନ ନିଶ୍ଚିତ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଚାରିଛକରେ ରହିଥିବା ଏକ ବିବାଦୀୟ ଜମି, ଯାହାକି ହାଇକୋର୍ଟ ପର‌୍ୟ୍ୟନ୍ତ ଯାଇଥିଲା। ଉକ୍ତ ଜମିରେ ଏବେ ଉଭୟ ପକ୍ଷଙ୍କୁ ବାରଣ ଥିବାବେଳେ ଏହାକୁ ପୁଣି ଭଡା ସୂତ୍ରରେ ଦେଇ କୋର୍ଟକୁ ଅବମାନନା କରାଯାଉଛି। ତୁରନ୍ତ ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ଦଳିତ ମହାସଙ୍ଘ ତହସିଲଦାରଙ୍କ ନିକଟରେ ଲିଖିତ ଦାବି କରିଛି।
ଯଦି ପ୍ରଶାସନ ଭଡା ନେଇ ଗୋଦାମ କରିଥିବା ଭଡାଟିଆଙ୍କୁ ନ ଉଠାଏ ତେବେ ମହାସଙ୍ଘ ଆଇନକୁ ହାତକୁ ନେଇ ସେଠାରୁ ଭଡାଟିଆଙ୍କୁ ଉଠାଇବ ବୋଲି ଚେତାବନୀ ଦେଇଥିଲେ। ତହସିଲଦାର ସେମାନଙ୍କୁ ଆଇନକୁ ହାତକୁ ନ ନେବା ପାଇଁ ପରାମର୍ଶ ଦେଇଛନ୍ତି ଓ ସେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ତହସିଲଦାର କହିଛନ୍ତି।
ଏହି ଦାବିପତ୍ର ଦେବା ସମୟରେ ସଭାପତି ତ୍ରିନାଥ ପ୍ରଧାନ, ସମ୍ପାଦକ ସନ୍ତୋଷ ପ୍ରଧାନ, ବିଳାସିନି ନାୟକ, ନକୁଳ ପ୍ରଧାନ, ପଦ୍ମନାଭ ପ୍ରଧାନ, ସମିଳ ପ୍ରଧାନ, ବାରାନିଧି ମଲିକ,ସନାତନ ମନ୍ତ୍ରୀ, କରୁଣାକର ପ୍ରଧାନ ପ୍ରମୁଖ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31