Indus Valley Times

ଯାତ୍ରୀ ସୁରକ୍ଷା ପାଇଁ ଚିଲିକା କୂଳ ଜେଟିରେ ପୋଲିସ ସହାୟତା କେନ୍ଦ୍ର ଉଦଘାଟିତ

 Breaking News

ଯାତ୍ରୀ ସୁରକ୍ଷା ପାଇଁ ଚିଲିକା କୂଳ ଜେଟିରେ ପୋଲିସ ସହାୟତା କେନ୍ଦ୍ର ଉଦଘାଟିତ

December 29
19:32 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୯/୧୨ : ଶୀତର ଲହରୀ ଆରମ୍ଭ ସାଙ୍ଗକୁ ପର୍ଯ୍ୟଟକ ଋତୁରେ ମରାଳ ମାଳୀନି ଚିଲିକାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।
ଏପରିକି ସକାଳେ ହେଉ ଅବା ସନ୍ଧ୍ୟାରେ ସ୍ଥାନୀୟ ଲୋକମାନେ ଚିଲିକା ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚିଲିକା କୁଳ ଜେଟିକୁ ବୁଲିବାକୁ ଯାଉଥିବା ବେଳେ ନିଜକୁ ସୁରକ୍ଷିତ ମଣୁ ନଥିଲେ।
ଯାହାକି ଉକ୍ତ ଜେଟି ଅଞ୍ଚଳରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ପାଦୃର୍ଭାବ ବଢୁଥିବା ବେଳେ ମଦ,ଗଞ୍ଜେଇ ,ବ୍ରାଉନସୁଗାର ଭଳି ନିଶାଡ଼ିଙ୍କ ଆଡ଼ା ଜମୁଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦାଙ୍କ ସମେତ କାଳିଜାଇ ମୋଟର ବୋଟ ଆସୋସିଏସନ୍ ପକ୍ଷରୁ ବିଗତ ଦିନରେ ଏକ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ସରକାର, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ସରକାରଙ୍କ ଅନୁମୋଦନ କ୍ରମେ ସୋମବାର ଦିନ ରାଜ୍ୟ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନଙ୍କ କରକମଳରେ ଚିଲିକା କୂଳ ଜେଟି ନିକଟରେ ଏକ ପୋଲିସ ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଥାନାଧିକାରୀ ଜୟ ପ୍ରକାଶ ପରିଡା,ଭାଜପା ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ,ବିଜେପି ନଗରମଣ୍ଡଳ ସଭାପତି ସନ୍ତୋଷ ପାଇକରାୟ,କାଉନସିଲର ବୃନ୍ଦ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ,ମୋଟର ବୋଟ ଆସୋସିଏସନ ସଦସ୍ୟ,ବରିଷ୍ଠ ବିଜେପି କର୍ମୀ,ବୁଦ୍ଧିଜୀବୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଉଦ୍ୟମ ଯୋଗୁଁ ଜେଟିରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଥିବାରୁ ଅଞ୍ଚଳବାସୀ ଭୂୟାଂଶି ପ୍ରଶଂସା କରିଛନ୍ତି।
ଏଥିସହିତ ଜେଟିରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ଏବଂ ନିଶାଡ଼ିଙ୍କ ପାଦୃଭାବ ବହୁ ମାତ୍ରାରେ ରୋକା ଯାଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031