Indus Valley Times

ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାସ୍ତରୀୟ ଡ଼. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୪ଅନୁଷ୍ଠିତ

 Breaking News

ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାସ୍ତରୀୟ ଡ଼. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୪ଅନୁଷ୍ଠିତ

ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାସ୍ତରୀୟ ଡ଼. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୪ଅନୁଷ୍ଠିତ
April 16
19:08 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୪: ଅଦ୍ୟ ତା.୧୪.୪.୨୦୨୪ ରିଖ ଦିନ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଜ଼ିଲ୍ଲା ସ୍ତରୀୟ ଡ଼. ବି. ଆର. ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉପଲକ୍ଷେ ସକାଳେ ବୌଦ୍ଧ ବସଷ୍ଟାଣ୍ଡ ଏବଂ ଏଲ. ଆଇ. ସି. କଲୋନୀ ସ୍ଥିତ ଗାଈଗୋଠ ପଡିଆ ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ସଫେଇ କର୍ମଚାରୀ ଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳ ଘ.୮.୩୦ମି ସମୟରେ ତହସିଲ କାର୍ଯ୍ୟାଳୟ ଛକ ସ୍ଥିତ ଡ଼. ବି. ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ସାମୁହିକ ମାଲ୍ୟାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପ – ଜ଼ିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସାହିତ୍ୟିକ, ଅବସରପ୍ରାପ୍ତ ଶିକ୍ଷକ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ର ସଦସ୍ୟ ବସନ୍ତ କୁମାର ସାହୁ, ଶିକ୍ଷକ ନବ କୁମାର ଦୀପ, ସି. ଆର. ସି. ସି. ସତ୍ୟ ନାରାୟଣ ସାହୁ, ଶିକ୍ଷାନୁଷ୍ଠା ନ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଡ଼. ବି
ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।
ପରେ ପରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ (ଜ଼ିଲ୍ଲା ପାଠାଗାର ) ଠାରେ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ,ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ବିଚାରକ ଭାବେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ସଂସ୍କୃତ ଅଧ୍ୟକ୍ଷ ପକ ପ୍ରତାପ କୁମାର ରଥ, ଶିକ୍ଷକ ନବ କୁମାର ଦୀପ, ସାହିତ୍ୟିକ ନୀଳ ଲୋହିତ ମହାପାତ୍ର ଯୋଗ ଦେଇ ବିଚାର କାର୍ଯ୍ୟତୁଲାଇ ଥିଲେ ।
ଅନ୍ୟତମସମ୍ମାନିତ ଅତିଥିଭାବେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯ୍ୟୋଧନ ବିଶି, କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବିଶ୍ୱାଲ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ, ଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।
ଚିତ୍ରାଙ୍କନ ପ୍ରତିଯୋଗିତା ରେ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ସୁରମ୍ୟକ୍ଷ ସାମାଲୀ ଶାସିନୀ – ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ରଘୁନାଥ ପଟ୍ଟନାୟକ – ଦ୍ଵିତୀୟ, ଗୌରୀ ଶଙ୍କର ପବ୍ଲିକ ସ୍କୁଲ ର ମୌସୁମୀ ନନ୍ଦ – ତୃତୀୟ, ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ର ଶ୍ରୀଜିତ ପାଣିଗ୍ରାହୀ -ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଅଧ୍ୟତ୍ରୀ ପୁରୋହିତ -ଦ୍ଵିତୀୟ, ଗୌରୀଶଙ୍କର ପବ୍ଲିକ ସ୍କୁଲ ର ଶାଶ୍ୱତ ସିହ୍ନକ୍ଷ -ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ବାଳିକା ଉଚ୍ଚ ବିଦ୍ୟାଳୟ ର ସ୍ବସ୍ତିସ୍ନେହା ଶାସିନୀ -ପ୍ରଥମ, ଜବାହର ନବୋଦୟ ବିଦ୍ୟାଳୟ ର ରିୟା ପ୍ରଧାନ -ଦ୍ଵିତୀୟ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ର ଋତୁପର୍ଣ୍ଣା ସାମଲ -ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଏହି ଅବସରରେ ବିଚାରକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିଲେ ।
ଉପ ସଭାପତି, ବୌଦ୍ଧ ବ୍ଲକ କଳା ସଂସ୍କୃତି ସଙ୍ଘ ସ୍ୱାଧୀନ କୁମାର ପରିଡା, ଯୋଗ ଶିକ୍ଷୟତ୍ରୀ ସୁନିତା ଦାଶ, ପ୍ରଧାନ ଶିକ୍ଷକ, ସରସରା ତ୍ରିଲୋଚନ ବେହେରା, ଶିକ୍ଷକ ଅମନ କୁମାର ସାହୁ, ବିମଳକାନ୍ତ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଜ଼ିଲ୍ଲା ପାଠଗାର ର ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି, ବୀର କିଶୋର କର୍ମୀ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930