Indus Valley Times

ଚାରିଛକ ଠାରେ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ ଓ ରୋଗୀଙ୍କୁ ଫଳ ବଣ୍ଟନ

 Breaking News

ଚାରିଛକ ଠାରେ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ ଓ ରୋଗୀଙ୍କୁ ଫଳ ବଣ୍ଟନ

ଚାରିଛକ ଠାରେ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ ଓ ରୋଗୀଙ୍କୁ ଫଳ ବଣ୍ଟନ
March 05
19:56 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୫/୩ : ଆଜି ଓଡ଼ିଶାର ଭୂମିପୁତ୍ର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପ୍ରବାଦ ପୁରୁଷପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କର ୧୦୯ ତମ ଜୟନ୍ତୀ ଅବସରରେ ବିଜୁ ଜନତାଦଳ ହରଭଙ୍ଗା ବ୍ଲକ ପକ୍ଷରୁ ଚାରିଛକ ଠାରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଚାରିଛକସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳର ବରିଷ୍ଠ ନେତା ରବି ପ୍ରଧାନ ପ୍ରତିଭା ସାହୁ ସୁଶାନ୍ତ ପ୍ରଧାନ ଅବକାଶ ସାହୁ ପ୍ରଦୀପ ସାହୁ ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ପୁରୁଣାକଟକ ସରପଞ୍ଚ ଅଶୋକ ସେଠି ସରପଞ୍ଚ ସଙ୍ଘ ସଭାପତି ନିହାର ଘୋଷ ପୁରୁଣା କଟକ ସମିତିସଭ୍ୟ ସରୋଜ ପ୍ରଧାନ ବାଣୀଭୂଷଣପୁର ବିଜେଡି ସଭାପତି ଦିଲୀପ ସାହୁ ଗରୁଡ଼ ପ୍ରଧାନ ଦାଶରଥୀ ପ୍ରଧାନ ରାମସେନା ସଭାପତି ଦିଲୀପ ପ୍ରଧାନ ବାସୁଦେବ ଦେହୁରୀ ପ୍ରମୁଖ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ନବ ଓଡ଼ିଶାର ବିନ୍ଧାଣୀ ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ତିନି ତିନିଟି ଦେଶର ସ୍ୱାଧୀନତା ସଂଗ୍ରାମର ନାୟକ ବିଜୁ ବାବୁଙ୍କୁ ନେଇ ସମ୍ପ୍ରତି ଡବଲ ଇଞ୍ଜିନସରକାର ଚଲାଇଥିବା ହୀନ ରାଜନୀତିକୁ ନିନ୍ଦା କରିବା ସହ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନିନ୍ଦା କରିଥିଲେ ।
ତୁମେ ପ୍ରତିମୂର୍ତ୍ତି ଭାଙ୍ଗିପାର ମାତ୍ର ମଣିଷ ସଭ୍ୟତା ଥିବା ପର‌୍ୟ୍ୟନ୍ତ ବିଜୁ ବାବୁ ଲୋକଙ୍କ ହୃଦୟରେ ରହିବେ ବୋଲି ମତବ୍ୟକ୍ତ କରିଥିଲେ ପରେ ପୁରୁଣାକଟକ ଡାକ୍ତରଖାନାରେ ସମସ୍ତ ନେତୃବୃନ୍ଦ ରୋଗୀଙ୍କୁ ଫଳବଣ୍ଟନକରିବା ସହ ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31