Indus Valley Times

ଜାତୀୟ କୃମି ନାଶକ ଦିବସ -୨୦୨୫ ପାଳିତ

 Breaking News

ଜାତୀୟ କୃମି ନାଶକ ଦିବସ -୨୦୨୫ ପାଳିତ

ଜାତୀୟ କୃମି ନାଶକ ଦିବସ -୨୦୨୫ ପାଳିତ
August 01
22:37 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧/୮ : ଆଜି ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ସମ୍ମିଳନୀ କକ୍ଷରେ ଜାତୀୟ କୃମି ନାଶକ ଦିବସ ଓ କୃମି ନିରାକରଣ ନିମନ୍ତେ ବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ସମନ୍ୱୟ ଓ କାର‌୍ୟ୍ୟନ୍ଵୟନ ବିଭାଗ ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରକାଶ କରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ଭଳି ବିଭାଗର ସର୍ବଶ୍ରେଷ୍ଠ ଦାୟିତ୍ୱ ଅଛି ଏବଂ ସେମାନେ ଏହି ମହତ କୃମି ନାଶକ ଅଭିଯାନରେ ଉତ୍ସର୍ଗୀକୃତ ନିଷ୍ଠାପର ସେବା ଯୋଗାଇ ଦେବା ପାଇଁ ଆହ୍ଵାନ ଦେଇଥିଲେ।
ଆସନ୍ତା ୧୨ ଅଗଷ୍ଟ ଦିନ ଖୋର୍ଦ୍ଧା ଜିଲ୍ଲାର ୧ ରୁ ୧୯ ବର୍ଷ ପିଲା ଏବଂ ୨୦ ରୁ ୨୪ ବର୍ଷ ପର‌୍ୟ୍ୟନ୍ତ ମହିଳା ମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର ଓ ସମସ୍ତ ବିଦ୍ୟାଳୟ ମାନଙ୍କରେ ଆଲବେଣ୍ଡଜାଲ ବଟିକା ପ୍ରଦାନ କରାଯିବ ।
ରକ୍ତ ହୀନତା ଏବଂ ଅସୁସ୍ଥତାରୁ ଦୂରେଇ ରଖିବାକୁ ସରକାରଙ୍କ ତରଫରୁ ପ୍ରତିବର୍ଷ ଫେବୃୟାରୀ ଏବଂ ଅଗଷ୍ଟ ମାସରେ ଏହି ଔଷଧ ପ୍ରଦାନ କରାଯାଉଅଛି ।
ଖୋର୍ଦ୍ଧା ଜିଲ୍ଲାର ୨୧୧୮ ବିଦ୍ୟାଳୟ ଏବଂ ୨୬୦୧ ଅଙ୍ଗନୱାଡ଼ି କେନ୍ଦ୍ରରେ ୭୬୫୦୭୪ ଜଣ ପିଲାଙ୍କୁ ଓ ୧୧୫୮୩୧ ମହିଳା ମାନଙ୍କୁ ଏହି ବଟିକା ପ୍ରଦାନ କରାଯାଇ ସୁସ୍ଥ ଖୋର୍ଦ୍ଧା ଭିଜନକୁ ସାକାର କରିବାକୁ ପଦକ୍ଷେପ ନିଆଯିବ ବୋଲି ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରକାଶ କରିଛନ୍ତି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ମ୍ୟାନେଜର, ଶିଶୁ ପୋଷଣ ସ୍ୱାସ୍ଥ୍ୟ,ରୋଜାଲିନ ମହାପାତ୍ର, ଜିଲ୍ଲା କାର‌୍ୟ୍ୟକ୍ରମ ପରିଚାଳକ ଶୁଭକାନ୍ତ ଗନ୍ତାୟତ ଏବଂ ଏ ଡି ଏମ ଓ , ପରିବାର ମଙ୍ଗଳ, ଡାକ୍ତର ପ୍ରଦୀପ୍ତ କୁମାର ସାହୁ ଯୋଗ ଦେଇ ବିଭିନ୍ନ ଉପାଦେୟ ବକ୍ତବ୍ୟ ରଖିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31