Indus Valley Times

ଜିନ୍ଦଲ କମ୍ପାନୀର ଲଜିଷ୍ଟିକାଲ ମ୍ୟାନେଜରଙ୍କୁ ହତ୍ୟା!

 Breaking News

ଜିନ୍ଦଲ କମ୍ପାନୀର ଲଜିଷ୍ଟିକାଲ ମ୍ୟାନେଜରଙ୍କୁ ହତ୍ୟା!

ଜିନ୍ଦଲ କମ୍ପାନୀର ଲଜିଷ୍ଟିକାଲ ମ୍ୟାନେଜରଙ୍କୁ ହତ୍ୟା!
November 07
11:26 2022

ରାଉରକେଲା, ୭/୧୧: ଟେନସା ବରସୁଆଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜରଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମୋତିଲାଲ ପାଲ। ସେ ଗେଷ୍ଟ ହାଉସରେ ଏକାକୀ ରହୁଥିଲେ।
ତାଙ୍କୁ କେହି ପିଟିପିଟି ମାରିଦେଇଥିବା ସନ୍ଦେହ କରାଯାଉଛି। ଜିନ୍ଦଲ ଅଧିକାରୀ ଓ ଲହୁଣୀପଡ଼ା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ମୋତିଲାଲ ଜିନ୍ଦଲ ଚାକିରିରୁ ଅବସର ନେବା ପରେ ତାଙ୍କୁ ପୁଣି ବରସୁଆଁ ଖଣିରେ ଲଜିଷ୍ଟକାଲ ମ୍ୟାନେଜେର ଭାବେ ନିଯୁକ୍ତି ଦିଆ ଯାଇଥିଲା।ବରସୁଆଁ ରେଳ ସାଇଡିଂଠାରେ ଗତ ବର୍ଷଠାରୁ ବହୁ ସମୟରେ ଉତ୍ତେଜନା ଲାଗି ରହିଥିଲା।
ସେ ଗେଷ୍ଟ ହାଉସରେ ଏକାକୀ ରହୁଥିଲେ। ପ୍ରତିଦିନ ପରି ଗତକାଲି ରାତିରେ ଖାଇପିଇ ଶୋଇଥିଲେ ସେ। ଆଜି ସକାଳୁ ଗେଷ୍ଟ ହାଉସ ୱେଟର ମୋତିଲାଲଙ୍କୁ ଚା ଦେବାକୁ ଯାଇଥିଲେ। ମାତ୍ର ରୁମରେ ମୋତିଲାଲଙ୍କ ରକ୍ତ ଜୁଡୁବୁଡ଼ୁ ଶବ ପଡ଼ିଥିବା ଦେଖି ଜିନ୍ଦଲ କର୍ତ୍ତୃପକ୍ଷ ଲହୁଣୀପଡ଼ା ଥାନାକୁ ଖବର ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031