Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଓଡିଶା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଓଡିଶା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 19
19:33 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୧୦ : (ଶନିବାର) ଦିନ ସକାଳ ୧୦ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଗାମୀ ଅକ୍ଟୋବର ୨୯ ତାରିଖ ରେ ଜିଲ୍ଲା ର ସମସ୍ତ ବ୍ଲକ, ଏନ. ଏ. ସି ଏବଂ ଜ଼ିଲ୍ଲା ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ବିପର୍ଯ୍ୟୟ ପରିଚାଳନା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
୧୯୯୯ ମସିହା ଅକ୍ଟୋବର ୨୯ ଘଟିଥିବା ମହାବାତ୍ୟାରେ ହୋଇଥିବା କ୍ଷୟକ୍ଷତି ର ପୁନରାବୃତ୍ତି ନ ହେବା ପାଇଁ ସମସ୍ତେ ସବୁ ସମୟରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ ।
ସି ଡ଼ି ଓ ଶ୍ରୀଯୁକ୍ତ ଦଣ୍ଡଷନା ଏହି କାର୍ଯ୍ୟକ୍ରମ ରେ ଅଧିକରୁ ଅଧିକ ଯୁବ ବର୍ଗ ଙ୍କୁ ସାମିଲ କରିବା ପାଇଁ ଏବଂ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ତଳ ସ୍ତରରୁ ସମସ୍ତଙ୍କୁ ସତର୍କ କରିବା, ତ୍ୱରିତ ପଦକ୍ଷେପ ନେବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ସମସ୍ତ ବ୍ଲକ, ଜ଼ିଲ୍ଲା ସ୍ତରରେ ଏହା ପାଳନ କରାଯିବା ପାଇଁ ବୈଠକ ରେ ସ୍ଥିର କରାଗଲା । ଜ଼ିଲ୍ଲା ଏବଂ ପ୍ରତ୍ୟେକ ବ୍ଲକ ସ୍ତରରେ ଏହି ଦିବସ ଉପଲକ୍ଷେ ୩୦୦ ରୁ ଉର୍ଦ୍ଧ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ,ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ, କର୍ମଚାରୀ,ଗଣ ମାଧ୍ୟମର ପ୍ରତିନିଧି ବୃନ୍ଦ, ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସମାଜସେବୀ, ମେଡିକାଲ ଟିମ, ଓଡ୍ରାଫଟ ଟିମ, ଅଗ୍ନିଶମ ଟିମ, ପଂଚାୟତ ର ପ୍ରତିନିଧି ତଥା ସମସ୍ତ ଜନ ପ୍ରତିନିଧି ଙ୍କ ଉପସ୍ଥିତି ରେ ସଚେତନତା ରାଲି, ଶପଥ ପାଠ, ଏହି ଦିବସ ପାଳନ ଉପଲକ୍ଷେ ସାଧାରଣ ସଭା, ବିଜୁଳି, ସର୍ପାଘାତ ଭଳି ବିପଦ ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ପ୍ରଦର୍ଶନ(ଡେମନଷ୍ଟ୍ରେସନ) ମାଧ୍ୟମରେ ସଚେତନତା କରାଯିବ । ଏହି ଉପଲକ୍ଷେ ବ୍ଲକ ସ୍ତରରେ ଏବଂ ଜ଼ିଲ୍ଲା ସ୍ତରରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ପ୍ରବନ୍ଧ ଲିଖନ, ବକ୍ତୃତା, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ଛାତ୍ର ଛାତ୍ରୀଙ୍କୁ ଏହି ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ । ଏହି ପ୍ରତିଯୋଗିତା କରିବା ପାଇଁ ବ୍ଲକ ସ୍ତରରେ ଗୋଷ୍ଟୀ ଶିକ୍ଷା ଅଧିକାରୀ ଏବଂ ଜ଼ିଲ୍ଲା ସ୍ତର ରେ ଜ଼ିଲ୍ଲା ଶିକ୍ଷକ୍ଷ ଅଧିକାରୀ ପ୍ରତିଯୋଗିତା କରାଇବେ ।
ଏଥି ସହ ବିଭିନ୍ନ ସମୟ ରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଏବଂ ଭଲ କାମ କରୁଥିବା ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏହି ବୈଠକ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କର ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ବୈଠକ ରେ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ ବୈଠକରେ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ ଏବଂ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ, ଓ ଏସ ଡ଼ି ଏମ ଏ ସଞ୍ଜୟ ଝା ବୈଠକ କୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପାଦନ କରିବା ପାଇଁ ଜ଼ିଲ୍ଲା ସ୍ତରରେ ଶ୍ରୀଯୁକ୍ତ ମଲ୍ଲିକ ଏବଂ ଶ୍ରୀଯୁକ୍ତ ଝା ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ଲକ ସ୍ତରରେ ବି. ଡ଼ି. ଓ ଏବଂ ଏ ନ. ଏ. ସି ସ୍ତରରେ ନିର୍ବାହୀ ଅଧିକାରୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031