Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ବୌଦ୍ଧ ମହୋତ୍ସବ ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ବୌଦ୍ଧ ମହୋତ୍ସବ ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

November 29
22:40 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୧୧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ବୌଦ୍ଧ ମହୋତ୍ସବ ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଚଳିତ ବର୍ଷ ବୌଦ୍ଧ ମହୋତ୍ସବ ଜାନୁଆରୀ ୨ ରୁ ୬ ପର୍ଯ୍ୟନ୍ତ କଚେରୀ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା ।ସ୍ଥାନୀୟ କଳାକାର ମାନେ ଅପରାହ୍ନ ୪ ଘଟିକାରୁ ସଂଧ୍ୟା ୭ ପର୍ଯ୍ୟନ୍ତ, ପରେ ପରେ ସଭା ଏବଂ ରାତ୍ର ୮ ଘଟିକା ରୁ ୧୦.୩୦ ପର୍ଯ୍ୟନ୍ତ ଜିଲ୍ଲା ତଥା ରାଜ୍ୟ ବାହାର କଳକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ଆଗତ ହେଲା । ହନୁମାନ ମନ୍ଦିର ଠାରେ ବାଲୁକା ଶିଳ୍ପକଳା ପ୍ରଦର୍ଶନୀ ହେବାର ତଥା ମେଳା ପରିସରରେ ଭ୍ରାମ୍ୟମାଣ ଏଟି ଏମ ରଖାଯିବା ଏବଂ ପଡିଆକୁ ସମ୍ପୂର୍ଣ୍ଣ ରୂପେ ସବୁଜ ଗାଲିଚା କରିବାର ପ୍ରସ୍ତାବ ଆଗତ ହେଲା ।
ମହୋତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଅର୍ଥ, ଶାନ୍ତି ଶୃଙ୍ଖଳା, ଉଦଘାଟନୀ, ପ୍ରଚାର ପ୍ରସାର, ଅଭ୍ୟର୍ଥନା, ସ୍ମରଣିକା, ସମ୍ବର୍ଦ୍ଧନା, ଖାଦ୍ୟ ଯୋଗାଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ମଞ୍ଚ ପରିଚାଳନା ଓ ସାଜ ସଜ୍ଜା କମିଟି ଗଠନ କରିବାକୁ ପ୍ରସ୍ତାବ ଆଗତ ହେଲା ।
ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା ପାଇଁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଗଲା । ପଡ଼ିଆରେ ପାନୀୟ ଜଳ, ଅସ୍ଥାୟୀ ପାଇଖାନା, ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଇବା, ପଡିଆ ସଫା ସୂତରା ଇତ୍ୟାଦି ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳ ଓ ପରିମଳ ବିଭାଗ ଓ ନିର୍ବାହୀ ଅଧିକାରୀ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କୁ ଦାୟିତ୍ଵ ନ୍ୟସ୍ତ କରାଗଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930