Indus Valley Times

ଜିଲ୍ଲାପାଳଙ୍କ ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ପରିଦର୍ଶନ

 Breaking News

ଜିଲ୍ଲାପାଳଙ୍କ ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ପରିଦର୍ଶନ

September 25
18:26 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୫/୯ : ଗତକାଲି ସଂଧ୍ୟାରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ନୂତନ ଭାବେ ଲୋକାର୍ପିତ ହୋଇଥିବା ଭେଷଜ ବର୍ହିଃ ବିଭାଗ ଏବଂ ଅତ୍ୟାଧୁନିକ ସିଟି ସ୍କାନ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଥିଲେ।
ଯଯାତୀ କେଶରୀ ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟର ଡିନ୍ ତଥା ଅଧ୍ୟକ୍ଷଙ୍କ କାର‌୍ୟ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ରୋଗୀମାନଙ୍କୁ ସମ୍ମାନ ଏବଂ ଉତ୍ତମ ବ୍ୟବହାର ସହ ସ୍ବାସ୍ଥ୍ୟସେବା ପ୍ରଦାନ କରିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।
ଏହା ସହିତ ଆଗାମୀ ଦିନରେ ଅତ୍ୟାଧୁନିକ ଲାବୋରେଟୋରି, ରଞ୍ଜନରଶ୍ମୀ ବିଭାଗ(X-ray Unit) ସହ ରୋଗୀମାନଙ୍କ ସୁବିଧା ପାଇଁ ୫୦ ଶଯ୍ୟା ବିଶିଷ୍ଟ ଆଇ.ପି.ଡି. ଖୋଲିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ମିଶ୍ର,ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟର ଡିନ୍ ତଥା ଅଧ୍ୟକ୍ଷ ଡା. ସୀତାରାମ ମହାପାତ୍ର, ସୁପରିଟେଣ୍ଡେଣ୍ଟ ଡା. ମନୋରମା ସ୍ୱାଇଁ, ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଡି. ପି. ଏମ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930