Indus Valley Times

ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ , ଗର୍ଭବତୀ ମହିଳାଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଓ ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷା

 Breaking News

ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ , ଗର୍ଭବତୀ ମହିଳାଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଓ ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷା

April 11
19:34 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୪ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା୍ଳୟ ପରିସରରେ ଥିବା ପ୍ରସୂତି-କାଳୀନ ଓ ଶିଶୁସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ୱ ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ସଚେତନତା ଓ ସ୍ୱାସ୍ଥ୍ୟଗତ ବିଭିନ୍ନ ଆବଶ୍ୟକ ଓ ଜରୁରୀ ପରୀକ୍ଷା କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଗର୍ଭବତୀ ମହିଳା ମାନେ ପ୍ରସୂତି କାଳିନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ସେମାନଙ୍କ କରୋନା ଟେଷ୍ଟରେ ଆଣ୍ଟିଜେନ ଓ ଆରଟିପିସିଆର: ଟେଷ୍ଟ କରା ଯାଇଥିଲା ।
ପରେ କେନ୍ଦ୍ରରେ ସେମାନଙ୍କ ନାମ ପଞ୍ଜିକରଣ ହେବା ପରେ ସ୍ୱାସ୍ଥ୍ୟଗତ ବିଭିନ୍ନ ପରୀକ୍ଷା ପୂର୍ବରୁ ସେମାନଙ୍କୁ ଗ୍ଲୁକୋଜ ପାଣି ପିଇବା ପାଇଁ ଦିଆ ଯାଇଥିଲା ।
ତା’ପରେ ଗର୍ଭବତୀ ମହିଳା ମାନେ ସେଠାରେ ବ୍ୟବସ୍ଥା ହୋଇଥିବା ବିଭିନ୍ନ ପ୍ରକାର ଆବଶ୍ୟକ ଓ ଜରୁରୀ ପରୀକ୍ଷା ସବୁ ଯଥା :- ହିମୋଗ୍ଲୋବିନ , ବିଟିସିଟି , ଏଚବିଏସଏଜି , ଏଚଆଇଭି , ଭିଡିଆରଏଲ ଏବଂ ଅଲଟ୍ରାସାଉଣ୍ଡ ପ୍ରଭୃତି ପରୀକ୍ଷା ସବୁ କରା ହୋଇଥିଲା ।
ପରୀକ୍ଷା ଶେଷରେ ଗର୍ଭବତୀ ମହିଳା ମାନଙ୍କୁ ଆବଶ୍ୟଳ ଔଷଧ ସମେତ ପୁଷ୍ଟିକର ଫଳ ଓ ଖାଦ୍ୟ ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ଗର୍ଭବତୀ ମହିଳାଙ୍କ ନିମନ୍ତେ ସଚେତନତା , ପ୍ରଶ୍ନୋତ୍ତର ଓ ପୁରସ୍କାର ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସିଡିଏମଓ: ଡାକ୍ତର ପ୍ରଦୀପ କୁମାର ପାତ୍ର ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଗର୍ଭାବସ୍ଥାରେ ରକ୍ତହୀନତା ଓ ଅନ୍ୟାନ୍ୟ ରୋଗର ଶିକାର ନ ହେବା ପାଇଁ କଣ ସବୁ କରିବାକୁ ହେବ , ଗର୍ଭ ଧାରଣା ସମୟରେ ସୁରକ୍ଷିତ ମାତୃତ୍ୱ ପାଇଁ କିଭଳି ସେମାନଙ୍କ ଯତ୍ନ ଓ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ପଡିବ ।
ଭଲ ଓ ସୁସ୍ଥ ଶିଶୁ କିଭଳି ଜନ୍ମ ନେଇଥାଏ , ଗର୍ଭାବସ୍ଥାରେ କଣ ସବୁ ପରୀକ୍ଷା କରାଇ ନେଇ ଔଷଧ ଓ ଇଞ୍ଜେକ୍ସନ ନେବାକୁ ହୋଇଥାଏ , ଗର୍ଭସ୍ତ ଶିଶୁର ସଠିକ ଯତ୍ନ ଓ ସୁସ୍ଥତା ପାଇଁ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ ଏବଂ ଆନୁଷ୍ଠାନିକ ପ୍ରସବ ଉପକାରୀତାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିବାର କଲ୍ୟାଣ ବିଭାଗ ଏଡିଏମଓ ଡା : ମହେନ୍ଦ୍ର କୁମାର ଭୂୟାଁ , ଜିଲ୍ଲା ଲେପ୍ରୋସି ଅଧିକାରୀ ଡା: ଇନ୍ଦିରା ମହାପାତ୍ର ଏବଂ ଶ୍ରୀ ନେତ୍ରାନନ୍ଦ ଶତପଥୀ ପ୍ରମୁଖ ମଞ୍ଚାସିନ ରହି ନିରାପଦ ମାତୃତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ ।
ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଗର୍ଭବତୀ ମହିଳା ଓ ଆଶାକର୍ମୀ ମାନଙ୍କୁ ନେଇ ଗର୍ଭ ଧାରଣ , ନିରାପଦ ମାତୃତ୍ୱ, ପରିବାର ନିୟନ୍ତ୍ରଣ ଓ ଗର୍ଭବତୀଙ୍କ ସୁରକ୍ଷା ଓ ଯତ୍ନ ସମ୍ପର୍କିତ ଏକ କ୍ୟୁଇଜ ତଥା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କୃତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଗର୍ଭବତୀ ମହିଳା ମାନେ ଯୋଗଦେଇ ନିଜର ସ୍ୱାସ୍ଥ୍ୟଗତ ସମସ୍ତ ପ୍ରକାରର ଆବଶ୍ୟକ ପରୀକ୍ଷା ସବୁ କରାଇ ନେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକ ଶ୍ରୀ ନେତ୍ରାନନ୍ଦ ଶତପଥୀ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031