Indus Valley Times

ଜିଲ୍ଲା ପାଇଁ ଗୌରବ ଆଣିଲେ ବୌଦ୍ଧର ଝିଅ ଶ୍ରୃତି ମିଶ୍ର

 Breaking News

ଜିଲ୍ଲା ପାଇଁ ଗୌରବ ଆଣିଲେ ବୌଦ୍ଧର ଝିଅ ଶ୍ରୃତି ମିଶ୍ର

ଜିଲ୍ଲା ପାଇଁ ଗୌରବ ଆଣିଲେ ବୌଦ୍ଧର ଝିଅ ଶ୍ରୃତି ମିଶ୍ର
July 20
21:18 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୭: ବୌଦ୍ଧ ସହରର ନୁଆସାହି ରିଫ୍ୟୁଜି କଲୋନିର ଝିଅ ଶ୍ରୃତି ମିଶ୍ର ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଭୁବନେଶ୍ୱର ସ୍ଥିତ କଳେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ସ୍ଥାପତ୍ୟ କଳାର ଚତୁର୍ଥ ବର୍ଷର ଛାତ୍ରୀ ଥିବା ଶ୍ରୃତି ନେସନାଲ ଆସୋସିଏସନ ଅଫ ଷ୍ଟୁଡେଣ୍ଟ ଅଫ ଆର୍କିଟେକଚର ଇଣ୍ଡିଆର ପୁର୍ବ ଭାରତର ୩୦ ଗୋଟି କଲେଜ ସଂଘର ପ୍ରାନ୍ତିୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଉକ୍ତ ପଦବୀରେ କୌଣସି ଓଡ଼ିଆ ଝିଅ ପୁର୍ବରୁ ନିର୍ବାଚିତ ହୋଇନଥିବା ବେଳେ ଶ୍ରତି କେବଳ ବୌଦ୍ଧ ଜିଲ୍ଲା ପାଇ ନୁହେଁ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି । ଶ୍ରୃତି ରିଫ୍ୟୁଜି କଲୋନିର ରମେଶ ମିଶ୍ରଙ୍କ ଝିଅ ଅଟନ୍ତି ।
ବୌଦ୍ଧ : କଡା ସୁରକ୍ଷା ମଧ୍ୟରେ ବାହୁଡା ଯାତ୍ରା ସଂପର୍ଣ୍ଣ
ବୌଦ୍ଧ,୨୦/୭: କଡା ସୁରକ୍ଷା ମଧ୍ୟରେ ବୌଦ୍ଧରେ ବାହୁଡା ଯାତ୍ରା ସଂପର୍ଣ୍ଣ ହୋଇଛି । କରୋନା କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିବାବେଳେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିରଠାରୁ ୨୦୦ ମିଟର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । କେବଳ ଅନୁମତିପ୍ରାପ୍ତ ୧୫ ଜଣ ବ୍ରାହ୍ମଣ ସେବକଙ୍କୁ ମନ୍ଦିର ଭିତରକୁ ଛଡାଯାଇଥିବାବେଳେ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା । ମା ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ଭେଟ ପରେ ଠାକୁରମାନଙ୍କୁ ଆଜି ରତ୍ନ ସିଂହାସନକୁ ନିଆନଯାଇ ମନ୍ଦିର ଭିତରେ ରଖାଯାଇଥିଲା । ଏକାଦଶୀରେ ଫୁଲବେଶ କରାଯାଇ ଠାକୁରମାନଙ୍କୁ ରତ୍ନ ସିଂହାସନକୁ ନିଆଯିବ ବୋଲି ଜଣାଯାଇଛି । ବାହୁଡା ପହଣ୍ଡି ସମୟରେ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଅଶ୍ୱନୀ କୁମାର ମେହେର,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି,ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଓ ଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ : ବିଷାକ୍ତ ଖାଦ୍ୟ ଖାଇ ଭାଲୁର ମୃତ୍ୟୁ
ବୌଦ୍ଧ,୨୦/୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ବୀରାମଚନ୍ଦ୍ରପୁର ଗ୍ରାମ ନିକଟରେ ମଙ୍ଗଳାର ଦିନ ଏକ ମୃତ ଭାଲୁର ମୃତ ଦେହ ଠାବ ହୋଇଛି । ଖବର ପାଇ ବୌଦ୍ଧ ବନବିଭାଗ ଘଟଣା ସ୍ଥଳରେ ପହଞ୍ôଚ ଭାଲୁର ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ । କୌଣସି ବିଷ ଜନିତ ଖାଦ୍ୟ ଖାଇ ଭାଲୁର ମୃତ୍ୟୁ ହୋଇଥିବା ଶବ ବ୍ୟବଛେଦ ରିପୋର୍ଟରୁ ଜଣାପଡିଛି । ମିଳିଥିବା ସୁଚନା ମୁତାବକ ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଜନବସତି ନିକଟକୁ ପଳେଇଆସିଥିଲା । କିନ୍ତୁ ଭାଲୁଟି ଗାଁ ନିକଟରେ ମୃତ ଅବସ୍ଥାରେ ପଡିଥିବା ଦେ୍‌ଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଏସିଏଫ ରାଜେନ୍ଦ୍ର ଗୋଛାୟତ, ଫରେଷ୍ଟର ସ୍ୱାଧିନ ସାମଲ, ରେଞ୍ଜର ପ୍ରଦୀପ ବେହେରା ଓ ଅନ୍ୟ ବନ କର୍ମଚାରୀ ଓ ପ୍ରାଣି ଚିକିତ୍ସକ ଘଟଣା ସ୍ଥଳକୁ ଯାଇଥିଲେ । ଫସଲର ସୁରକ୍ଷା ପାଇଁ ଦିଆଯାଇଥିବା ବିଷାକ୍ତ ଖାଦ୍ୟ ଖାଇ ଭାଲୁଟିର ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031