Indus Valley Times

ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

 Breaking News

ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
March 30
18:13 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୩୦/୩ : ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟ ଏବଂ ବେଟି ବଚାଓ ବେଟି ପଢାଓ ଅଭିଯାନକୁ ନେଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ସଚେତନତା ରାଲି ତଥା ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲାପାଳଙ୍କ ପୁରୁଣା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି।
ସଚେତନତା ରାଲିରେ ସମସ୍ତ ବ୍ଲକର ସିଡିପିଓ,ସୁପରଭାଇଜର, ମମତା ପ୍ରୋଗ୍ରାମ ଏସିଷ୍ଟାଣ୍ଟ,ଡିଏସଡବ୍ଲୁଓ,ପ୍ରୋଗ୍ରାମ ଅଫିସର, ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ।ଏ ସମ୍ପର୍କିତ ଏକ ସଚେତନତା ରଥ ବାହାରିଥିଲା।ତତସହିତ ଗଙ୍ଗସାଗର ହାଇସ୍କୁଲ (ପାଟଣାଗଡ),ସଇଁତଳା,ରାମଚନ୍ଦ୍ରପୁର,ଆଶ୍ରମ ସ୍କୁଲ ଏବଂ ଚୂଡାପାଲି ଆଶ୍ରମସ୍କୁଲରେ ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟ ସମ୍ପର୍କରେ ବକ୍ତୃକ୍ତା ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା।
ଜିଲ୍ଲା ସ୍ତରୀୟ କର୍ମଶାଳାରେ ଗର୍ଭ ଧାରଣ ଏବଂ ପ୍ରସବ ପୂର୍ବ ନିଦାନ ପ୍ରୟୋଗ ପ୍ରଯୁକ୍ତ ଅଧିନିୟମ,ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟ ସମ୍ପର୍କିତ ବିଷୟ ଆଲୋଚନା ହୋଇଥିଲା।
କର୍ମଶାଳାରେ ମୁଖ୍ୟ ଅତିଥ୍ ଭାବରେ ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀ ମହୋଦୟ ଯୋଗଦାନ କରିଥିଲେ।ଏହା ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସୁଷମା ମହାପାତ୍ର,ବିଷୟ ବିଷାରଦ ଭାବରେ ଡଃ. ସଞ୍ଜୟ କୁମାର ମିଶ୍ର,କେଭି କଲେଜ ର ପ୍ରଫେସର ଏବଂ ଡଃ. ସୁଧା ବାର୍ଲା ଯୋଗଦାନ କରିଥିଲେ।
ଶ୍ରୀଯୁକ୍ତ ମିଶ୍ର ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟ ର ସାମାଜିକ ମୂଲ୍ୟ ବୋଧ ତଥା ଆଇନତଃ ଏହି ସମ୍ପର୍କିତ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ।ଡଃ. ସୁଧା ବାର୍ଲା କନ୍ୟା ଭ୍ରୁଣ ହତ୍ୟା ସମ୍ପର୍କିତ ଆଇନର ବିଭିନ୍ନ ଦିଗ ତଥା ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରବର୍ତ୍ତିତ ନିୟମ ସମ୍ପର୍କରେ ବିସ୍ତ୍ରୁତ ଭାବରେ କହିଥିଲେ।
ସମସ୍ତ ବ୍ଲକର ସିଡିପିଓ ଏବଂ ସୁପରଭାଇଜର ମାନେ ମଧ୍ୟ ମତ ବ୍ୟକ୍ତ କରିଥିଲେ।ପରିଶେଷରେ ସୁଜାତା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।କାର‌୍ୟ୍ୟକ୍ରମକୁ ମମତା ର ଜିଲ୍ଲା ସଂଯୋଜିକା ଶିବାନୀ ଠାକୁର ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031