Indus Valley Times

ବର୍ତ୍ତମାନ ବିଏସ୍‌କେୱାଇ ଜାରି ରହିବ, ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା : ସ୍ବାସ୍ଥ୍ୟମନ୍ତ୍ରୀ

 Breaking News

ବର୍ତ୍ତମାନ ବିଏସ୍‌କେୱାଇ ଜାରି ରହିବ, ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା : ସ୍ବାସ୍ଥ୍ୟମନ୍ତ୍ରୀ

ବର୍ତ୍ତମାନ ବିଏସ୍‌କେୱାଇ ଜାରି ରହିବ, ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା : ସ୍ବାସ୍ଥ୍ୟମନ୍ତ୍ରୀ
August 03
19:51 2024

ଭୁବନେଶ୍ବର, ୩/୮: ପୂର୍ବତନ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍‌କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ୍ କହିଛନ୍ତି ବଜେଟ ଆପ୍ରୋପ୍ରିଏସନ ବିଲ ପାସ୍ ହେଲା ପରେ ନୂଆ କାର୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ବିଏସକେୱାଇ କାର୍ଡର ରୂପରେଖ ବଦଳିଯିବ। ବିଏସକେୱାଇ କାର୍ଡ ଏଯାଏଁ ଚାଲୁ ରହିଛି। ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ ।
ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର‌୍ୟ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ପରବର୍ତ୍ତୀ ସମୟରେ ଯୋଜନା ଆଣିଲେ ତାହା ଲାଗୁହେବ, ଏବେ ବିଏସକେୱାଇ ଯେମିତି ଚାଲିବା କଥା ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।
ବର୍ତ୍ତମାନ ପରିପ୍ରେକ୍ଷୀରେ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ୯୬.୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳୁଛି। ପରିବାରର ମହିଳା ସଦସ୍ୟାଙ୍କ ପାଇଁ ବାର୍ଷିକ ୧୦ ଟଙ୍କାର ଚିକିତ୍ସା ସହାୟତା ମିଳୁଛି। ମାସିକ ୧ଲକ୍ଷୁ ଊର୍ଦ୍ଧ୍ବ ହିତାଧିକାରୀ ପ୍ରାୟ ୨୦୦ କୋଟି ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ପାଉଛନ୍ତି। ଏହି ସେବା ନେଇ ହିତାଧିକାରୀମାନେ ସନ୍ତୋଷ ପ୍ରକାଶ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031