Indus Valley Times

ଜିଲ୍ଲା ପ୍ରଶାସନ ତରଫରୁ ବିରାଟ ତ୍ରିରଙ୍ଗା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

 Breaking News

ଜିଲ୍ଲା ପ୍ରଶାସନ ତରଫରୁ ବିରାଟ ତ୍ରିରଙ୍ଗା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

ଜିଲ୍ଲା ପ୍ରଶାସନ ତରଫରୁ ବିରାଟ ତ୍ରିରଙ୍ଗା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ
August 14
10:29 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୮ : ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଏକ ବିରାଟ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଅଦ୍ୟ ତା. ୧୩.୮.୨୦୨୫ ରିଖ ବୁଧବାର ସକାଳ ଘ.୮.୩୦ ମିନିଟ ସମୟରେ ଜିଲ୍ଲା ଷ୍ଟାଡିୟମ ଠାରୁ ବାହାରିଥିବା ସାଇକେଲ ଶୋଭାଯାତ୍ରା କୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ତା ସହିତ ନିଜେ ଜିଲ୍ଲାପାଳ ଶ୍ରୀ ନାୟକ ସାଇକେଲ ଚଲାଇ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଓ ଅନ୍ୟ ଅଧିକାରୀ ମାନେ ଛାତ୍ର ଛାତ୍ରୀ ମାନଙ୍କ ସହ ସାଇକେଲ ଚଳାଇ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।
ଏଥିରେ ସହରର ସମସ୍ତ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ର ପାଞ୍ଚଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅତ୍ୟନ୍ତ ଉତ୍ସାହ ର ସହ ଅଂଶଗ୍ରହଣ କରିବା ସହ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ସାଇକେଲ ରାଲି ଜ଼ିଲ୍ଲା ଷ୍ଟାଡିୟମ ରୁ ବାହାରି ୱାରଲେସ ଛକ, ପୋଷ୍ଟ ଅଫିସ ଛକ, ଗାନ୍ଧୀ ଛକ, ବାଘଗୁଡା ଛକ, ହାତୀସାଲ ଛକ, ଆମ୍ବେଦକର ଛକ ଦେଇ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଂଚି ଥିଲା ।
ସେଠାରେ ଜିଲ୍ଲାପାଳ ସମସ୍ତଙ୍କୁ ଦେଶ ପ୍ରେମ ଓ ବିକଶିତ ଦେଶ ଗଠନ, ସ୍ୱଚ୍ଛତା ଅଭିଯାନ, ଏକ ପେଡ ମା କେ ନାମ ଉପରେ ଉଦବୋଧନ ଦେବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରାଇଥିଲେ ।
ଏହି କର୍ଯ୍ୟକ୍ରମ କୁ ଅଧ୍ୟାପକ ଡ଼ଃ ପ୍ରବୀର କୁମାର ଦାସ ଏବଂ ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ପରିଚାଳନା କରିଥିଲେ କ୍ଷ ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ଡି ପି ସି, ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ, ଲିଡ଼ ବ୍ୟାଙ୍କ ମ୍ୟାନେଜର ମିଷ୍ଟର ଡନ ବସ୍କୋ ଏହି କାର୍ଯ୍ୟକ୍ରମ ର ସଫଳତା ରେ ସକ୍ରିୟ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031