Indus Valley Times

ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ,୧୯୩ ପେନସନ କେସ୍ ସମୀକ୍ଷା

 Breaking News

ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ,୧୯୩ ପେନସନ କେସ୍ ସମୀକ୍ଷା

ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ,୧୯୩ ପେନସନ କେସ୍ ସମୀକ୍ଷା
October 17
19:18 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୭/୧୦ : ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି ।
ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ,ଗମନାଗମନ, ବ୍ଲକ୍, ତହସିଲ, ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗ ଏବଂ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟ ଗୁଡିକର ଅବସର ଗ୍ରହଣ କରିଥିବା ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ , ତୃତୀୟ ଶ୍ରେଣୀ କର୍ମଚାରୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ସ୍ଥଗିତ ଥିବା ସାମୟିକ ଓ ପରିବାର ପେନସନ କେସ ଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଅଧିକାରୀ ମାନଙ୍କୁ ପଚାରି ବୁଝି ସମୀକ୍ଷା କରିଥିଲେ ।
ଯେଉଁ କର୍ମଚାରୀ ମାନଙ୍କର ଉଚ୍ଚ ନ୍ୟାୟାଳୟରେ କେସ ଅଛି ସେଗୁଡିକୁ ଛାଡି ସମସ୍ତ ଅବସର କର୍ମଚାରୀ ମାନଙ୍କ ସାମୟିକ ପେନସନ ତୁରନ୍ତ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଯେଉଁ କର୍ମଚାରୀ ମାନଙ୍କ ଭିଜିଲାନ୍ସ କେସ ଅଛି ସେ ଦିଗରେ ଭିଜିଲାନ୍ସ ବିଭାଗ ସମ୍ମତି ପ୍ରଦାନ କଲେ ଓ ସରକାରୀ ମୁଖ୍ୟାଳୟ ଅନୁମତି ଦେଲେ ସାମୟିକ ପେନସନ ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଥିଲେ କେବଳ ସାମୟିକ ପେନସନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଯଦି କୌଣସି କର୍ମଚାରୀଙ୍କ କିଛି ଅର୍ଥ ସରକାରଙ୍କୁ ପୈଠ କରିବାକୁ ଅଛି ତାହା ଉକ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟିରୁ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା କହିଥିଲେ ସରକାରୀ କର୍ମଚାରୀ ଯେଉଁଦିନ ଚାକିରିରୁ ଅବସର ଗ୍ରହଣ କରିବେ ସେହିଦିନ ସାମୟିକ ପେନସନ ନିର୍ଦ୍ଦେଶ ପତ୍ର ଦେବାର ପ୍ରାବଧାନତା ରହିଛି ।
ଏଣୁ ଏ ଦିଗରେ ସମସ୍ତ ଆର୍ଜନ ଓ ବିତରଣ ଅଧିକାରୀ (ଡି ଡି ଓ) ଯଥେଷ୍ଟ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।
ଶ୍ରୀ ବେଉରା ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜିଲ୍ଲା ଆରକ୍ଷୀ ବିଭାଗ, ପଶୁ ସମ୍ପଦ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ବନଖଣ୍ଡ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଜଳସମ୍ପଦ ପ୍ରାଚୀ ଖଣ୍ଡ, ଖୋର୍ଦ୍ଧା ଖଣ୍ଡ, ଜଳ ନିଷ୍କାସନ ଖଣ୍ଡ, ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ସମବାୟ ସମିତି, ମତ୍ସ୍ୟ ବିଭାଗ, ସମସ୍ତ ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟର ପେନସନ କେସ ର ଅଗ୍ରଗତି ସମୀକ୍ଷା କରିବାସହ ଯେଉଁ ମାନେ ପେନସନ ଅଦାଲତରେ ଯୋଗ ଦେଇ ନାହାନ୍ତି କୈଫତ୍ ତଲବ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ସୁଧାରିତ ନିଶ୍ଚିତ କ୍ୟାରିଆର ଅଗ୍ରଗତି (ଏମଏସିପି) ମଞ୍ଜୁରୀ କରିବା ଯେଉଁମାନେ ଅବସର ଗ୍ରହଣ ତିନି ମାସ ପରେ ସରକାରୀ ବାସ ଭବନ ଛାଡୁ ନାହାନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଚିଠି ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପେନସନ ଅଦାଲତ ରେ ୧୯୩ ବିଭିନ୍ନ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପେନସନ ଅଭିଯୋଗ ବିଚାର କରି ବିଭାଗୀୟ ଅଧିକାରୀ ମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ପେନସନ ଅଦାଲତରେ ଡେପୁଟୀ କଲେକ୍ଟର, ନ୍ୟାୟିକ ସୁଶ୍ରୀ ସୃଷ୍ଟି ଅନନ୍ୟା ଶତପଥୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିବାଳା ପରିଡ଼ା,ଶ୍ରୀ ବାବୁଲି ପଟ୍ଟନାୟକ ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଲକ୍ଷ୍ମଣ କୁମାର ବେହେରା,ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେମାନଙ୍କ କାର୍ଯ୍ୟାଳୟ ସଂସ୍ଥା ବିଭାଗ ଅଧିକାରୀ ଏବଂ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031