ଜିଲ୍ଲା ସ୍ତରୀୟ ୭ ଦିନିଆ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୩ : (ଶୁକ୍ରବାର )ସନ୍ଧ୍ୟା ୬ ଘଟିକା ସମୟରେ ବୌଦ୍ଧ କଚେରୀ ପଡିଆ ଠାରେ ଜିଲ୍ଲା ସ୍ତରୀୟ ୭ ଦିନିଆ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ହୋଇଯାଇଛି ।
ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ମେଳାର ଶୁଭ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଅବକାରୀ ଅଧୀକ୍ଷକ ଶାନ୍ତି ମାରାଣ୍ଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗଋକା ଦତ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ, ମିଶନଶକ୍ତି ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜ଼ିଲ୍ଲା ପ୍ରଶିକ୍ଷଣ ଅଧିକାରୀ, ବୌଦ୍ଧ ଡ଼.ସଂଘମିତ୍ରା ପରମକ୍ଷଣିକ ଉଦଘାଟନୀ କାର୍ୟ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୀରନରସିଂହପୁର ନବ କିଶୋର ଦୀପ ଏବଂ ଶୁଭ ଲକ୍ଷ୍ମୀ ମୁଦୁଲି ପରିଚାଳନା କରିଥିଲେ । ସଂଗୀତାୟନ, ବୌଦ୍ଧର କଳାକାର ମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ ।
ପରେ ପରେ ସିଂଘମ ଡ୍ୟାନ୍ସ ସ୍ଟୁଡ଼ିଓ , କଟକ, କୋଶଲ ଫୋକ ଏକାଡେମୀ, ବଲାଙ୍ଗୀର, ପଦ୍ମିନୀ ଦୋରା ମେଲୋଡି ଟିମ, ବରଗଡ଼ ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ସମସ୍ତ ସାଂସ୍କୃତିକ କାର୍ୟ୍ୟକ୍ରମ ତହସିଲଦାର, ବୌଦ୍ଧ ତଥା ନୋଡାଲ ଅଫିସର ଅନିତା କୁମାରୀ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ।
ଅତିଥି ମାନେ ମେଳାରେ ପଡିଥିବା ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତାକାଲି ଗେଲ୍ହା ମାଆ କଳା ନିକେତନ, ବୌଦ୍ଧ, ମାଧବ ବେହେରାଙ୍କ ମୁଇ ବଉଦିଆ, ବଜାଶାଲ, ବଲାଙ୍ଗୀର, ଅମର ଦାଶ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।






