Indus Valley Times

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କରୋନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ

 Breaking News

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କରୋନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ

ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କରୋନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ
July 22
19:55 2020

ଯାଜପୁର, ୨୨ା୭ : ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଠାରୁ କରୋନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ ହୋଇଚ୍ଥି । ଜିଲ୍ଳାପାଳ ରଂଜନ କୁମାର ଦାସ ଏହି ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ କରିବା ସହ ଏହି ପରୀକ୍ଷଣ କେନ୍ଦ୍ର ଦ୍ୱାରା ବର୍ତ୍ତମାନ ପ୍ରତ୍ୟେକ ଦିନ ୨୪ ଜଣ ଲକ୍ଷଣ ଥିବା ଲୋକଙ୍କର କରୋନା ଟେଷ୍ଟ କରାଯିବ ବୋଲି କହିଥିଲେ । ଯାହାର ରିପୋର୍ଟ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।
ସାଧାରଣତଃ କରୋନା ସାମ୍ପୁଲ ସଂଗ୍ରହ ପରେ ରିପୋର୍ଟଟି ମିଳିବାକୁ ୩/୪ ଦିନ ସମୟ ଲାଗୁଥିବାରୁ ପଜିଟିଭ ରିପୋର୍ଟ ମିଳିବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଟି ଅନେକଙ୍କ ସହ ମିଶିଯାଉଥିଲେ । ଯଦିଓ ସାମ୍ପୁଲ ଦେବାପରେ ସଂପୃକ୍ତ ବ୍ୟକ୍ତି ସଙ୍ଗରୋଧରେ ରହିବା କଥା, କିନ୍ତୁ ଯେ ହେତୁ ରିପୋର୍ଟ ମିଳିବାରେ ବିଳମ୍ୱ ହେଉଚ୍ଥି ସେ ମଧ୍ୟରେ ସେ ଅନେକଙ୍କ ସହ ମିଶିବାର ସମ୍ଭାବନା ସୃଷ୍ଟି ହେଉଚ୍ଥି । ବର୍ତ୍ତମାନ ଏହି ଆର.ଟି.ପି.ସି.ଆର. ଟେଷ୍ଟ ଟ୍ରୁନାଣ୍ଟ ମେସିନ ଦ୍ୱାରା ଖୁବ୍ ଅଳ୍ପ ସମୟ ମଧ୍ୟରେ ରିପୋର୍ଟ ମିଳିବାରୁ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରାଯିବାର ଉଦ୍ୟମ କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ସି.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ, ଡା. ପ୍ରଶାନ୍ତ କୁମାର ନାଥଶର୍ମା, ଡା. ପାର୍ଥ ସାରଥୀ ମିଶ୍ର, ଅନ୍ୟାନ୍ୟ ଡାକ୍ତର ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031