Indus Valley Times

ଜୁନାଗାଁ ବିଦ୍ୟାଳୟରେ ଶିକ୍ଷକ ଅଭାବ : ଉତ୍ତେଜିତ ହେଲେ ଅଭିଭାବକ, ପରିଦର୍ଶନରେ ଆସିଥିବା ସିଆରସିସିଙ୍କୁ ୪ ଘଣ୍ଟା ଅଟକ

 Breaking News

ଜୁନାଗାଁ ବିଦ୍ୟାଳୟରେ ଶିକ୍ଷକ ଅଭାବ : ଉତ୍ତେଜିତ ହେଲେ ଅଭିଭାବକ, ପରିଦର୍ଶନରେ ଆସିଥିବା ସିଆରସିସିଙ୍କୁ ୪ ଘଣ୍ଟା ଅଟକ

ଜୁନାଗାଁ ବିଦ୍ୟାଳୟରେ ଶିକ୍ଷକ ଅଭାବ : ଉତ୍ତେଜିତ ହେଲେ ଅଭିଭାବକ, ପରିଦର୍ଶନରେ ଆସିଥିବା ସିଆରସିସିଙ୍କୁ ୪ ଘଣ୍ଟା ଅଟକ
November 15
19:53 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୫/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧୀନ ରେ ରହିଥିବା ଜୁନାଗାଁ ସରକାରୀ ଉ.ପ୍ରା.ବିଦ୍ୟାଳୟ ରେ ଶିକ୍ଷକ ଅଭାବ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ଶନିବାର ଅଭିଭାବକ ମଧ୍ୟ ରେ ଦେଖା ଦେଇଛି ଉତ୍ତେଜନା ।
ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ସିଆରସିସି ପ୍ରଫୁଲ୍ଲ କୁମାର ସାହୁ ଙ୍କୁ ଅଭିଭାବକ ମାନେ ୪ ଘଣ୍ଟା ଘେରାଉ କରି ଅଟକ ରଖିଥିଲେ। ବ୍ଲକ ଶିକ୍ଷାଧିକାରୀ ମହେଶ୍ୱର ମାଝୀ ସୋମବାର ଦିନ ଜଣେ ଶିକ୍ଷକ ଙ୍କୁ ପଠାଇବା ପାଇଁ ପ୍ରତିଶୃତି ଦେବାପରେ ଅଭିଭାବକ ମାନେ ଶାନ୍ତ ପଡ଼ିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୁନାଗାଁ ବିଦ୍ୟାଳୟରେ ।ଏହି ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ ଟି ଶ୍ରେଣୀରେ ୯୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୩ଜଣ ଶିକ୍ଷକ ରହିଛନ୍ତି ।
ସେଥି ମଧ୍ୟରୁ ପ୍ରଧାନ ଶିକ୍ଷକ ମାର୍କ ଦିଗାଲ ଅଫିସ କାର‌୍ୟ୍ୟ ରୁ ଫୁରସତ୍ ନଥିବାରୁ ପିଲାଙ୍କୁ ପାଠ ପଢ଼ାଇ ପାରୁନଥିବା କହିଛନ୍ତି। ସହକାରୀ ଶିକ୍ଷକ ପ୍ରଦୀପ୍ତ ବିଶ୍ଵାଳ ଆଉ ତିନି ମାସ ପରେ ଅବସର ନେବା ବୟସ ଥିବାରୁ ସେ ଛୁଟି ରେ ଚାଲିଯାଇଛନ୍ତି ।କେବଳ ସନାତନ ଅମାୟତ ଜଣେ ଶିକ୍ଷକ ୮ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଉଛନ୍ତି ।
ସେଥି ମଧ୍ୟରୁ ଯାହାକୁ ନେଇ ବିଦ୍ୟାଳୟ ରେ ଠିକ ଭାବେ ପାଠ ପଢାଯାଉ ନାହିଁ। ପିଲା ମାନେ ୫ମ ଶ୍ରେଣୀ ପାଠ ପଢୁଥିବା ବେଳେ ସେମାନଙ୍କୁ ଠିକ ସେ ଲେଖି ପଢ଼ି ଆସୁନଥିବା ଅଭିଭାବକ ମାନେ ଅଭିଯୋଗ କରି ଆସୁଛନ୍ତି ।
କିଛି ଦିନ ପୂର୍ବେ ଶିକ୍ଷକ ଅଭାବ ନେଇ ଅଭିଭାବକ ମାନେ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ଅଭାବ ଦୂର ହୋଇ ନାହିଁ ଯାହା ଫଳରେ ଅଭିଭାବକ ମାନେ ଆଜି ଚରମ ନିଷ୍ପତି ନେଇଥିଲେ।
ସୂଚନା ଅନୁଯାୟୀ ପୂର୍ବ ରୁ ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମଲ୍ଲିକ ଓ ପୁସ୍ପିତା ଦାସ କୁ ଗଞ୍ଜୁପଡ଼ି ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାଲିଗୁଡ଼ା କୁ ଡେପୁଟେସନ ରେ ଯାଇଥିବା ବେଳ ପ୍ରଶାନ୍ତ ବେହେରା ବାଟାଗୁଡା ପଞ୍ଚାୟତ ର ସିଆରସିସି ଭାବେ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ଏଭଳି ଶିକ୍ଷକ ସମସ୍ୟା ଦେଇଛି।
ପାଟଖଣ୍ଡା ପ୍ରତିଷ୍ଠାନ ର ପରିଚାଳକ ତଥା ବିଶିଷ୍ଟ ବ୍ୟବସାୟୀ ଙ୍କ ପରଲୋକ
ବାଲିଗୁଡା, ୧୫/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ପାଟଖଣ୍ଡା ପ୍ରତିଷ୍ଠାନ ର ପରିଚାଳକ ହିମାଂଶୁ ଶେଖର ଦାସ (ଟୁଟୁ ଦାସ) (୫୭) ଅସୁସ୍ଥତା କାରଣରୁ କଟକ ସ୍ଥିତ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ, ଗୁରୁବାର ଚିକିତ୍ସିତ ଅବସ୍ଥାରେ ହିଁ ଦେହାନ୍ତ ହୋଇଥିଲା ।
ଏହି ଖବର ଅଞ୍ଚଳ ରେ ପ୍ରଚାରିତ ହେବା ପରେ ସବୁ ମହଲ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବଣିକ ସଂଘ ତରଫରୁ ସ୍ବର୍ଗତ ଦାସ ଙ୍କ ସମ୍ମାନର୍ଥେ ଶୁକ୍ରବାର ଦିନ ସମସ୍ତ ଦୋକାନ ବଜାର ବନ୍ଦ ରଖିଥିଲେ ।
ସମଗ୍ର ଦକ୍ଷିଣାଞ୍ଚଳର ବିଶିଷ୍ଟ ବ୍ୟବସାୟୀ ଭାବେ ବେଶ ପରିଚିତ ଥିବା ଖଲି ଦାସ ଏଣ୍ଡ ସନ୍ସ କୁ ପରିଚାଳନା କରୁଥିବା ସ୍ବର୍ଗତ ହାଢୁବନ୍ଧୁ ଦାସଙ୍କ ପଞ୍ଚମ ପୁତ୍ର ଭାବେ ସେ ବେଶ ଜଣାଶୁଣା ଥିଲେ ।
ସେ ଏକା ଧାରରେ ଜଣେ ବିଶିଷ୍ଟ ବ୍ୟବସାୟୀ ସହ ସ୍ଥାନୀୟ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ର ବରିଷ୍ଟ ସଦସ୍ୟ ତଥା ପୂର୍ବତନ ଉପ ସଭାପତି ଓ ଉପଖଣ୍ଡ କ୍ରୀଡା ସଂଘ ର ବରିଷ୍ଠ ସଦସ୍ୟ ଓ ବାଲିଗୁଡା ଅଞ୍ଚଳର ଜଣେ ସୁନାମ ଧନ୍ୟ ବ୍ୟାଡମିଣ୍ଟନ କ୍ରୀଡାବିତ୍ ଭାବେ ବେଶ ଖ୍ୟାତି ଅର୍ଜନ କରିବା ସହ ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ ।
ତାଙ୍କ ବିୟୋଗ ଖବର ଶୁଣି ଘରର ପରିବାର ସମେତ ସମସ୍ତ ବନ୍ଧୁ ବାନ୍ଧବ ତଥା ଆତ୍ମୀୟ ସ୍ୱଜନ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, କର୍ମକର୍ତ୍ତା ତଥା ବହୁ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ତାଙ୍କର ଅମର ଆତ୍ମା ର ସଦଗତି ପ୍ରାପ୍ତି ସହ ଶୋକ ସନ୍ତପ୍ତ ପରିବାର ବର୍ଗ କୁ ଭଗବାନ ଧର‌୍ୟ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଶୋକ ବ୍ୟକ୍ତ କରିଥିଲେ ।
ତାଙ୍କ ପାର୍ଥିବ ଶରୀରକୁ ନିଜ ବାଲିଗୁଡା ବାସଭବନ ଙ୍କୁ ଅଣାଯିବା ପରେ ନିକଟସ୍ଥ ସ୍ମଶାନ ଘାଟ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
ନେହେରୁ ଙ୍କ ଜନ୍ମ ତିଥି ରେ ଶିଶୁ ଦିବସ ପାଳିତ: ବିଭିନ୍ନ ପ୍ରତିଯୋଗିତା ଆୟୋଜନ
ବାଲିଗୁଡା, ୧୫/୧୧: ବିଶିଷ୍ଟ ରାଷ୍ଟ୍ର ନାୟକ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁ ପ୍ରିୟ ପଣ୍ଡିତ ଜବାହର ଲାଲ ନେହେରୁ ଙ୍କ ଜନ୍ମ ତିଥିରେ ଶିଶୁ ଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳ ର ସମସ୍ତ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରୁ ଏକତ୍ରିତ ହୋଇ ବାହାରି ଏକ ବିରାଟ ଶୋଭାଯାତ୍ରା ରେ ନେହେରୁ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ବାଲିଗୁଡା ବଜାର ଛକରେ ଥିବା ନେହେରୁ ଙ୍କ ପ୍ରତିମୂର୍ତ୍ତି ରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟାର୍ପର୍ଣ କରି ସମ୍ମାନ ଜଣାଇଥିଲେ ।
ପରେ ପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ସହ ପୁରସ୍କୃତ କରିଥିଲେ ।
ସେହିପରି ନିକଟସ୍ଥ ବଡଗାଁ ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟ ସଭା ଗୃହ ମଧ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା ।
ଏଥିରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ନେହୁରୁ ଙ୍କ ଜୀବନାଦର୍ଶକ ଆତ୍ମିକ କାହାଣୀ ଉପରେ ବୁଝାଇବା ସହ ଚାଚା ନେହୁରୁ କିଭଳି ଭାବରେ ରହୁଥିଲେ ଓ ତାଙ୍କର ଶିଶୁ ମାନଙ୍କ ପ୍ରତି କେତେ ସ୍ନେହ ଶ୍ରଦ୍ଧା ରହୁଥିଲା ସେ ସମ୍ପର୍କ ରେ ମଧ୍ୟ ବୁଝାଇଥିଲେ । ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଯୁବ ଟ୍ରାକ୍ଟର ଡ୍ରାଇଭର ଦୁର୍ଘଟଣାରେ ମୃତ୍ୟୁ
ବାଲିଗୁଡା,୧୫/୧୧: ବାଲିଗୁଡା ଏକ ସଡକ ଦୁର୍ଘଟଣାରେ ୁବ ଟ୍ରାକ୍ଟର ଡ୍ରାଇଡଭର ମୃତ୍ୟୁ ହୋଇଛି । ସୁଚନାରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ ସିପାଂଜିରି ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ଗଛକୁ ପିଟିହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ଯାହାଫଳରେ ଘଟଣା ସ୍ଥଳରେ ଡ୍ରାଇଭର ସହଦେବ ଭୋଇଙ୍କ(୨୦) ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।ଏହି ଖବର ପୋଲସ ିପାଇ ଘଟଣା ସ୍ଥଳକୁ ଯାଇ ଶବକୁ ଯବତ କରି ଶବ ବ୍ୟବଛେଦ ନିମନ୍ତେ ଉପଖଣ୍ଡଚିକିତ୍ସାଳୟକୁ ପଠାଇଥିବା ବେଳେ କେଶ ନମ୍ବର ୩୨୫ରେ ମାମଲା ରୁଜୁ କରି ତଦନ୍ତ କରୁଥିବାନେଇ ଏସଆଇ ଜୁଗଳକିଶୋର ନାୟକ ସୁଚନା ଦେଇଛନ୍ତି ।
ମୃତ ଡ୍ରାଇଭରଙ୍କ ଘର କ.ନୁଆଗାଁ ବ୍ଲକ ବନ୍ଧଗଡପଂଚାୟତରକିରିକୁଡି ଗ୍ରାମରେ ବୋଲି ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031