Indus Valley Times

ଜୈସ୍ୱାଲ-ଶୁଭମନ ଦେଲେ ସ୍ମରଣୀୟ ବିଜୟ, ୧୦ ୱିକେଟରେ ଜିମ୍ୱାୱେକୁ ହରାଇଲା ଭାରତ, ସିରିଜ ୩-୧ରେ ବିଜୟୀ

 Breaking News

ଜୈସ୍ୱାଲ-ଶୁଭମନ ଦେଲେ ସ୍ମରଣୀୟ ବିଜୟ, ୧୦ ୱିକେଟରେ ଜିମ୍ୱାୱେକୁ ହରାଇଲା ଭାରତ, ସିରିଜ ୩-୧ରେ ବିଜୟୀ

July 13
20:12 2024

ହରାରେ, ୧୩/୭: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍ର ଚତୁର୍ଥ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୱିକେଟରେ ପରାଜିତ କରି ସିରିଜ୍ ବିଜୟୀ ହୋଇଛି। ପଞ୍ଚମ ଟି-୨୦ରେ ଟିମ୍ ଇଣ୍ଡିଆର ବିଜୟ ଅବା ପରାଜୟ ସିରିଜ୍ ବିଜୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ଧାର‌୍ୟ୍ୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ୧୫.୨ ଓଭରରେ କୌଣସି ୱିକେଟ ନ ହରାଇ ୧୫୬ ରନ୍ କରିଥିଲା। ଜଶସ୍ବୀ-ଗିଲ୍ଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁ ବିଜୟ ସହଜ ହୋଇଥିଲା।
ଶନିବାର ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓେ ଅଧିନାୟକ ସିକନ୍ଦର ରାଜାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।
ଜିମ୍ବାୱେ ଧାର‌୍ୟ୍ୟ ୨୦ ଓଭରରେ ୭ ୱିକେଟ ହରାଇ ୧୫୨ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୫୩ ରନ୍ ରହିଥିଲା।
ଟିମ୍ ଇଣ୍ଡିଆ ପକ୍ଷରୁ ଯଶସ୍ବୀ ଜୈୟସ୍ବାଲ ୯୩ ରନ୍ କରିଥିବା ବେଳେ ଶୁଭମାନ ଗିଲ ୫୮ ରନ୍ କରିଥିଲେ।
ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୨୫ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୩୨ ରନ୍ କରିଥିଲେ। ସେହିପରି ବ୍ରାଏନ ବେନେଟ ୯, ଡିଅନ ମାୟର୍ସ ୧୨ , ସିକନ୍ଦର ରଜା ୪୬ , ଜୋନାଥନ କ୍ୟାମ୍ପବେଲ ୩ , କ୍ଲିଭ ମାଡାଣ୍ଡେ ୭, ଫାରାଜ ଆକ୍ରାମ ୪ ରନ୍ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031