Indus Valley Times

ଝାରସୁଗୁଡ଼ା ଶିଳ୍ପ ସମୃଦ୍ଧ ୧ ନମ୍ବର ଜିଲ୍ଲା ହେବ, ଦୀପାଳିଙ୍କୁ ସେବା କରିବାର ସୁଯୋଗ ଦିଅନ୍ତୁ: ନବୀନ ପଟ୍ଟନାୟକ

 Breaking News

ଝାରସୁଗୁଡ଼ା ଶିଳ୍ପ ସମୃଦ୍ଧ ୧ ନମ୍ବର ଜିଲ୍ଲା ହେବ, ଦୀପାଳିଙ୍କୁ ସେବା କରିବାର ସୁଯୋଗ ଦିଅନ୍ତୁ: ନବୀନ ପଟ୍ଟନାୟକ

ଝାରସୁଗୁଡ଼ା ଶିଳ୍ପ ସମୃଦ୍ଧ ୧ ନମ୍ବର ଜିଲ୍ଲା ହେବ, ଦୀପାଳିଙ୍କୁ ସେବା କରିବାର ସୁଯୋଗ ଦିଅନ୍ତୁ: ନବୀନ ପଟ୍ଟନାୟକ
May 07
20:35 2023

ଝାରସୁଗୁଡ଼ା,୭/୫: ପଦ୍ମପୁରରେ ବାପାଙ୍କୁ ହରାଇଥିବା ଜଣେ ଝିଅଙ୍କୁ ବିରୋଧୀ ଦଳ ଯେମିତି ବ୍ୟବହାର କରିଛନ୍ତି, ତାହା ଆପଣମାନେ ଜାଣିଛନ୍ତି। ନବ କିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ମଧ୍ୟ ବିରୋଧୀମାନେ ସେହିଭଳି ଭାବେ ଗାଳି ଦେଉଛନ୍ତି।
ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଦୀପାଳି ଦାସ ଏହି ଝାରସୁଗୁଡ଼ା ମାଟିର ଝିଅ, ତାଙ୍କୁ ସେବା କରିବାର ସୁଯୋଗ ଦେବେ ବୋଲି ମୋର ବିଶ୍ବାସ ଏବଂ ଅନୁରୋଧ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦାସଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା କହିଛନ୍ତି। ନବୀନ କହିଛନ୍ତି, ମୋର ଅନୁରୋଧ ଆପଣମାନେ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ।
ଝାରସୁଗୁଡ଼ାର ଅମିଲିପାଳି ଠାରେ ନିର୍ବାଚନୀ ସଭାରେ ନବୀନ କହିଛନ୍ତି, ମା’ମାନଙ୍କୁ ଆମେ ସମ୍ମାନ ଦେବା ଉଚିତ। ସ୍ବର୍ଗତ ନବ କିଶୋର ଦାସ ଜଣେ ଦକ୍ଷ ଓ ଲୋକପ୍ରିୟ ନେତା। ସେ ଆଜି ଆମ ଭିତରେ ନାହାନ୍ତି। କିନ୍ତୁ ତାଙ୍କର ବିକାଶମୂଳକ କାମ ପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ମନେ ରଖିବେ।
ତାଙ୍କ ଦାୟିତ୍ବ ନେବା ପାଇଁ ତଥା ସେବା କରିବା ପାଇଁ ତାଙ୍କ ସୁଯୋଗ୍ୟ କନ୍ୟା ଝିଅ ଦିପାଳୀ ଦାସ ଆଗେଇ ଆସିଛନ୍ତି। ସେ ଜଣେ ଉଚ୍ଚ ଶିକ୍ଷିତା ଓ ସମାଜସେବାରେ ତାଙ୍କର ରୁଚି ରହିଛି। ମୋର ବିଶ୍ବାସ ସେ ସେବାର ସୁଯୋଗ ମିଳିଲେ, ତାକୁ ସାକାର କରିପାରିବେ।
ଏହା ପୂର୍ବରୁ ନବୀନ ପଟ୍ଟନାୟକ ଜନତାଙ୍କୁ ସମ୍ବୋଧିତ କରି ନବ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥି ସହିତ ସେ କହିଥିଲେ ଝାରସୁଗୁଡ଼ାର ବିକାଶ ହେଉଛି। ଆପଣମାନେ ବିକାଶରେ ବିଶ୍ବାସ କରନ୍ତି।
ବିଜୁ ଜନତା ଦଳ ମା’ମାନଙ୍କର ବିକାଶରେ ବିଶ୍ବାସ କରେ। ଚାଷୀ ଭାଇଙ୍କୁ ନେଇ ବିଶ୍ବାସ କରେ। ଯୁବ ଶକ୍ତି ଉପରେ ବିଶ୍ବାସ କରେ। ଆପଣମାନେ ଚାହିଁଲେ ଝାରସୁଗୁଡ଼ା ୧ ନମ୍ବର ଶିଳ୍ପ ସମୃଦ୍ଧ ସହର ହୋଇପାରିବ। ନିର୍ବାଚନ ସମୟରେ ଆମେ ସମସ୍ତେ ଶାନ୍ତି ରକ୍ଷା କରିବା ଜରୁରୀ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031