Indus Valley Times

ଟନେଲ୍ କାମ ଚାଲିଥିବା ବେଳେ ଧସିଲା ମାଟି ଅତଡା, ଦୁଇ ଶ୍ରମିକଙ୍କ ମୃତ୍ୟୁ

 Breaking News

ଟନେଲ୍ କାମ ଚାଲିଥିବା ବେଳେ ଧସିଲା ମାଟି ଅତଡା, ଦୁଇ ଶ୍ରମିକଙ୍କ ମୃତ୍ୟୁ

ଟନେଲ୍ କାମ ଚାଲିଥିବା ବେଳେ ଧସିଲା ମାଟି ଅତଡା, ଦୁଇ ଶ୍ରମିକଙ୍କ ମୃତ୍ୟୁ
September 14
15:56 2022

ଲକ୍ଷ୍ମୀପୁର, ୧୪/୯: କୋରାପୁଟ-ରାୟଗଡ଼ା ଟ୍ରେନ୍ ଲାଇନର ଦୋହରିକରଣ କାର‌୍ୟ୍ୟ ଚାଲିଥିବା ବେଳେ ଅଘଟଣ ଘଟିଛି। ଟନେଲ୍ କାମ କରୁଥିବା ବେଳେ ମାଟି ଅତଡ଼ା ଖସି ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରବି ପ୍ରେପେକା ଓ ଜହରଦିନ୍।
ସୂଚନା ଅନୁସାରେ ସବୁଦିନ ପରି ଆଜି ମଧ୍ୟ କୋରାପୁଟ-ରାୟଗଡ଼ା ଟ୍ରେନ୍ ଲାଇନ୍ର ଦୋହରିକରଣ ପାଇଁ କାମ ଚାଲିଥିଲା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ୨ନମ୍ବର ଟନେଲ୍ରେ ଏହି କାମ ଚାଲିଥିଲା ମାଟି ଚାପି ହୋଇଯାଇଥିଲା। ଫଳରେ ଏହି ଅଘଟଣ ଯୋଗୁଁ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବୁର୍ଜା ଗାଁର ଶ୍ରମିକ ରବି ପ୍ରେପେକା ଓ ୱେଲଡର ଆସାମର ଜହରଦିନଙ୍କ ମୃତ୍ୟୁ ଘଟିଛି। ଉଭୟ ମୃତକଙ୍କ ଶବ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031