Indus Valley Times

ଡିଲ୍ କରିବାକୁ ଆସିଥିବା ବେଳେ ମାଡ଼ିବସିଲା ଏସଟିଏଫ୍ , କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

 Breaking News

ଡିଲ୍ କରିବାକୁ ଆସିଥିବା ବେଳେ ମାଡ଼ିବସିଲା ଏସଟିଏଫ୍ , କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଡିଲ୍ କରିବାକୁ ଆସିଥିବା ବେଳେ ମାଡ଼ିବସିଲା ଏସଟିଏଫ୍ , କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
July 09
13:19 2023

ଭୁବନେଶ୍ୱର,୯/୭: ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୁଲିସର ମିଳିତ ଚଢ଼ଉ କରାଯାଇ ୧୧୦୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି। ସିମର-ବାଙ୍କି ରାସ୍ତାରେ ଥିବା ଓସ୍ତାପୁର ନିକଟରୁ ଉକ୍ତ ବ୍ରାଉନସୁଗାର ଜବତ ହୋଇଛି ଏବଂ ଜଣେ ଡ୍ରଗ୍ ବେପାରୀ ସୁରେଶ କୁମାର ମହାପାତ୍ର ଓରଫ ସୁରିଆକୁ ଧରିଛନ୍ତି।
ଖୋର୍ଦ୍ଧା ଜିଲ୍ଲା ବାଘମାରିର ମହେଶ୍ବର ମହାପାତ୍ରଙ୍କ ପୁଅ ସୁରେଶ କୁମାର ମହାପାତ୍ର ଗତକାଲି ସନ୍ଧ୍ୟାରେ ୧୧୦୦ ଗ୍ରାମ୍ ଓଜନର ବ୍ରାଉନସୁଗାର ନେଇ ଯାଉଥିବା ବେଳେ ତାକୁ ଧରିଥିଲେ ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୁଲିସ। ତାଠାର ଏକ ବୁଲେଟ୍ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇଥିଲା ଏବଂ ଆଜି ଜିଲ୍ଲା କୋର୍ଟ ଚାଲାଣ କରାଯିବ।
ସୂଚନାଯୋଗ୍ୟ, ୨୦୨୦ରୁ ଏଯାଏ ମୋଟ ୭୦ କିଲୋ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30