Legatus

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ସ୍ଥଗିତ ହୋଇନି : ପ୍ରଶାନ୍ତ ମେଣ୍ଡୁଲି

 Breaking News

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ସ୍ଥଗିତ ହୋଇନି : ପ୍ରଶାନ୍ତ ମେଣ୍ଡୁଲି

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ସ୍ଥଗିତ ହୋଇନି : ପ୍ରଶାନ୍ତ ମେଣ୍ଡୁଲି
January 06
17:47 2024

ଭୁବନେଶ୍ବର, ୬/୧: କେନ୍ଦ୍ର ସରକାରଙ୍କ ନୂଆ ଆଇନ ‘ହିଟ୍ ଆଣ୍ଡ ରନ୍’ ନିଷ୍ପତ୍ତିକୁ ଓଡ଼ିଶା ସମେତ ପୂରା ଭାରତରେ ଡ୍ରାଇଭର ମହାସଂଘ ବିରୋଧ କରିଛି। କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଆହୁରି କେତେଦିନ ଯାଏଁ ଜାରି ରହିବ ତାହା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।
ଅର୍ଥାତ କେନ୍ଦ୍ର ସରକାର ଆଇନ୍ ପ୍ରତ୍ୟାହୃତ କଲେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବନ୍ଦ ହେବ। ଏହାରି ମଧ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହୋଇ ନାହିଁ। ଏ ପର‌୍ୟ୍ୟନ୍ତ ସ୍ଥଗିତ ନିଷ୍ପତ୍ତି ନେଇନାହୁ।
ସରକାରଙ୍କ ସହ କିଛି ଆଲୋଚନା ହୋଇଛି। ଆଉ କିଛି ବାକି ଅଛି। ଆସନ୍ତାକାଲି (ରବିବାର)ର କାର‌୍ୟ୍ୟକ୍ରମ ପାଇଁ ଆଜି ସଂଧ୍ୟାରେ ନିଷ୍ପତ୍ତି ନିଆଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାର ଡ୍ରାଇଭରମାନେ କେନ୍ଦ୍ର ସରକାରଙ୍କ ନୂଆ ଆଇନ ’ହିଟ୍ ଆଣ୍ଡ ରନ୍’ ଓ ରାଜ୍ୟ ସରକାରଙ୍କ ନିକଟରେ ପୂର୍ବରୁ ରଖିଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ ଆଜି ରାସ୍ତାଘାଟରେ ଦେଖିବାକୁ ମିଳିଛି।
ଅନ୍ୟପଟରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଡ୍ରାଇଭର ସଂଘ ସହ ପରିବହନ କମିସନର ଅମିତାଭ ଠାକୁର ଏକ ବୈଠକ କରିଥିଲେ। ଏହି ବୈଠକରେ ଓଡ଼ିଶା ଡ୍ରାଇଭର ଏକତା ମହାମଂଚର ସଦସ୍ୟ ଉପସ୍ଥିତ ଥିଲେ। କୁହାଯାଉଥିଲା ଯେ, ରାଜ୍ୟରେ ଯେଉଁସବୁ ଦାବି ରହିଥିଲା ସେ ବାବଦରେ ସକରାତ୍ମକ ଭାବେ ଆଲୋଚନା ହୋଇଛି ।
ତେଣୁ ବୈଠକ ପରେ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଡ୍ରାଇଭର ସଂଘ ରାଜି ହୋଇଥିବା କଥା କହିଛନ୍ତି ପରିବହନ କମିସନର। କିନ୍ତୁ ହିଟ୍ ଆଣ୍ଡ ରନ୍ ମାମଲାରେ ଏପର୍ଯ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।
ତେଣୁ ଡ୍ରାଇଭର ସଂଘ ଆନ୍ଦୋଳନ ଜାରି ରଖିବ। ସାରା ଦେଶରେ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି। ଯଦି ଏହି ଆନ୍ଦୋଳନର ସ୍ଥଗିତ ନହୁଏ ଦରଦାମ ବଢ଼ିବାର ଆଶଙ୍କା ରହିଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930